www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ବୁଣାକାର ବଜାରର ଦ୍ୱିତୀୟ ପାଳିରେ ରେକର୍ଡ ବିକ୍ରି

ବୌଦ୍ଧ: ଗତ ଏକ ସପ୍ତାହତଳେ (ରବିବାର ଦିନ) ବୌଦ୍ଧରେ ଆରମ୍ଭ ହୋଇଥିବା ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର ଧୀରେ ଧୀରେ ବ୍ୟବସାୟୀ ମାନଙ୍କୁ ଆକର୍ଷିତ କରୁଛି । ଏହି ବୁଣାକାର ବଜାର ଖୋଲିବାର ଦ୍ୱିତୀୟ ପାଳିରେ ରେକର୍ଡ ପରିମାଣର ୪୫ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାଯାଇଛି । ଏହି ବଜାରକୁ ବିକ୍ରୟ ପାଇଁ ୭ଟି ଜିଲାର ୨୫୦ ଜଣ ବୁଣାକାରଙ୍କ ଦ୍ୱାରା ୩ କୋଟି ୫୦ ଲକ୍ଷ ଟଙ୍କାର ସମାଗ୍ରୀ ବିକ୍ରୟ ପାଇଁ ଆସିଥିଲା ।

ବଜାର ବସିବାର ଦ୍ୱିତୀୟ ପାଳିରେ ମୁଖ୍ୟତଃ ସମ୍ବଲପୁରୀ ଏବଂ ଶିଲିକ୍‌ ଶାଢି, ରେଡିମେଡ ସାର୍ଟ, ଟସର, ଥାନ କପଡା, ଗାମୁଛାର ଚାହିଦା ଅଧିକ ରହିଥିଲା । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲା ଜରୁରୀକାଳୀନ ଅଧିକାରୀ ଶାନ୍ତିସୁଧା ପାତ୍ର, ତହସିଲଦାର ଦେବୀ ପ୍ରସାଦ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ୍‌ କୁମାର ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବାସ୍ତିଆନା କୁଜୁର, ଭାରପ୍ରାପ୍ତ ସହାକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ ବିଜୟ କୁମାର ନାଏକ, ବୟନ ତତ୍ୱାବଧାରକ ଟୁନି ମେହେର ଓ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସଂଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବୁଣାକାରମାନଙ୍କୁ ଉତ୍ସାହିତ କରିବା ସହିତ ଗ୍ରାହାକମାନେ ଅଧିକ ସଂଖ୍ୟାରେ ବୁଣାକାର ବଜାର ସହିତ ସାମିଲ ହେଲେ ଏହି ବଜାର ତିଷ୍ଠି ରହିବା ସହିତ ସ୍ୱଦେଶୀ ହନ୍ତକଳା ଶିଳ୍ପକୁ ପ୍ରୋତ୍ସାହନ ମିଳିବ ବୋଲି କ୍ରେତାମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।

- Advertisement -

ବୁଣାକାର ବଜାର ଖୋଲିବାର ଦ୍ୱିତୀୟ ପାଳିରେ ୨ ହଜାରରୁ ଊର୍ଦ୍ଧ୍ଵ କ୍ରେତା ବୁଣାକାର ବଜାର ବୁଲିବା ସହିତ ବିଭିନ୍ନ ପୋଷାକ ସାମଗ୍ରୀ କ୍ରୟ କରିଥିଲେ । ବିଭିନ୍ନ ଅଞ୍ଚଳ ତଥା ପଡୋଶୀ ଜିଲାରୁ ଅନେକ ଆଗ୍ରହୀ ବ୍ୟବସାୟୀ ଓ ସାଧାରଣ କ୍ରେତା ବୁଣାକାର ବଜାର ବୁଲିବା ସହିତ ସାମଗ୍ରୀ କ୍ରୟ କରିଥିବାବେଳେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳିଥିଲା । ତେବେ ବୌଦ୍ଧରେ ବୁଣାକାର ବଜାର ଖୋଲିବା ନେଇ ବ୍ୟବସାୟୀ କ୍ରେତା ସମେତ ସାଧାରଣଲୋକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories