BJD Bijuli 480×75 Mob

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟକ ନାଉରୀ

ଝାରସୁଗୁଡା ବିମାନବନ୍ଦରରୁ ବିମାନ ଚଳାଚଳ ସମସ୍ୟା ଦୂର ଦାବି

BJD Bijuli 480×75 Mob

ସମ୍ବଲପୁର: ଓଡ଼ିଶାର ଦ୍ୱିତୀୟ ବୃହତ ଓ ପଶ୍ଚିମ ଓଡ଼ିଶାର ବିମାନ ସେବାର କେନ୍ଦ୍ରସ୍ଥଳ ଝାରସୁଗୁଡା ବିମାନ ବନ୍ଦରରେ ବିମାନ ଚଳାଚଳରେ ହେଉଥିବା ବିଭ୍ରାଟ ଓ ସମସ୍ୟାକୁ ନେଇ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଜ ସିନ୍ଧିଆଙ୍କୁ ବିଧାୟକ ନାଉରୀ ନାୟକ, ସୁନ୍ଦରଗଡ଼ର ବିଧାୟିକା କୁସୁମ ଟେଟେ ଏବଂ ଭାଜପା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ସାକ୍ଷାତକାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆଙ୍କ ସହିତ ସାକ୍ଷାତକାର ସମୟରେ ଝାରସୁଗୁଡାରୁ ନୁଆଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ, ହାଇଦ୍ରାବାଦ, ରାଞ୍ଚି ଓ ଜୟପୁରକୁ ଦୈନିକ ବିମାନ ସେବା ଯୋଗାଇ ଦେବା ପାଇଁ ଦାବି କରିଥିଲେ। ଏଥି ସହ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ବିମାନ ସେବା ବୃଦ୍ଧି ପାଇଥିଲା। ଏଣୁ ପଶ୍ଚିମ ଓଡ଼ିଶାବାସୀଙ୍କ ସମେତ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡ ରାଜ୍ୟର ଯାତ୍ରୀମାନେ ବେଶ ଉପକୃତ ହେଉଛନ୍ତି। କିନ୍ତୁ ବିଗତ କିଛି ମାସ ହେବ ଅନେକ ପ୍ରମୁଖ ସହରକୁ ଯାତାୟାତ କରୁଥିବା ବିମାନ ସେବା ଗୁଡିକ ଅସ୍ଥାୟୀ ରୂପେ ସ୍ଥଗିତ ରହିବା ଏବଂ ଅନ୍ୟ କିଛି ନିୟମିତ ରୂପେ ଯାତ୍ରା କରୁ ନାହିଁ। ଏଣୁ ଅଞ୍ଚଳବାସୀ ଅନେକ ସମୟରେ ବିମାନବନ୍ଦରରେ ପହଂଚିବା ପରେ ବିମାନ ବାତିଲ ଥିବାର ଜାଣି ହଇରାଣର ସମ୍ମୁଖୀନ ହେଉଛନ୍ତି। ବିଧାୟକ ମାନଙ୍କ ସହିତ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ପ୍ରତିନିଧି ମଣ୍ଡଳ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସାକ୍ଷାତକାର କରି ସମସ୍ତ ବିଷୟରେ ଅବଗତ କରାଇବା ପରେ ସେ ମଧ୍ୟ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି ଭାଜପାର ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସୀ ସୂଚନା ଦେଇଛନ୍ତି।

Comments are closed.