www.samajalive.in
Saturday, December 13, 2025
23.1 C
Bhubaneswar

ଉଦଘାଟନର ୨୪ ଘଣ୍ଟା ନପୂରୁଣୁ ନୂତନ ଓଭରବ୍ରିଜରେ ବିଭ୍ରାଟ        

ସମ୍ବଲପୁର: ସମ୍ବଲପୁରବାସୀଙ୍କ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ବହୁ ଅପେକ୍ଷିତ କଚେରୀ ଛକରୁ ଧୁଚୁରା ପଡା ଛକ ପର୍ଯ୍ୟନ୍ତ ଦ୍ୱିତୀୟ ଓଭରବ୍ରିଜର ଉଦଘାଟନ ଶୁକ୍ରବାର ଅପରାହ୍ନରେ ହୋଇଛି । ବହୁ ବାଦବିବାଦ ଓ ଅବ୍ୟବସ୍ଥା ମଧ୍ୟରେ ନିର୍ମିତ ଏହି ଓଭରବ୍ରିଜର ଉଦଘାଟନ ପରେ ମଧ୍ୟ ଏହାର ଅବ୍ୟବସ୍ଥା ଓ ବିବାଦ ପିଛା ଛାଡୁ ନାହିଁ । ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ଓ ନିର୍ମାଣ ଅବଧିର ୫ ବର୍ଷରୁ ଊର୍ଦ୍ଧ୍ଵ ସମୟ ବିଳମ୍ବରେ ଏହି ବ୍ରିଜର ଉଦଘାଟନ କାର୍ଯ୍ୟକ୍ରମ ଏକ ରାଜନୈତିକ ଆଖଡାସ୍ଥଳ ପାଲଟିଥିବା ବେଳେ ଉଦଘାଟନ ପରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଜନତାଙ୍କୁ ଯାତାୟାତ କରିବାର ବନ୍ଦ କରି ଦିଆଯାଇଥିଲା ।

ତେବେ ଜନତାଙ୍କ ତୀବ୍ର ଅସନ୍ତୋଷକୁ ଧ୍ୟାନରେ ରଖି ଉଦଘାଟନର ପ୍ରାୟ ୨୪ ଘଣ୍ଟା ପରେ ଶନିବାର ଅପରାହ୍ନରେ ଜନତାଙ୍କୁ ଯାତାୟାତ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଉଦଘାଟନର କିଛି ସମୟ ପରେ ବ୍ରିଜ ଉପରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକ ମଧ୍ୟରେ ଅନେକ ଚାଲୁ ନଥିବାର ଦେଖାଯାଇଥିଲା । ଏହାକୁ ଶନିବାର କିଛିଟା ସଜଡା ଯାଇଥିବା ବେଳେ ସନ୍ଧ୍ୟା ସମୟରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା ହୋଇ ଯାଇଥିଲା । ଲକ୍ଷ୍ମୀ ଟକିଜ ଛକ ଉପରେ ଯାଇଥିବା ବ୍ରିଜର ଗୋଟିଏ ପଟର ଷ୍ଟ୍ରିଟ ଲାଇଟ ଗୁଡିକ ଆପେ ଆପେ ବନ୍ଦ ହୋଇ ଯାଇ ଧପଧପ କରୁଥିଲା ।

- Advertisement -

ବ୍ରିଜର ସର୍ଭିସ ରାସ୍ତା, ଟ୍ରାଫିକ ବ୍ୟବସ୍ଥା, ରାସ୍ତା ମଧ୍ୟରେ ରହିଥିବା ଫାଟ ଆଦି ବିଭିନ୍ନ ବିଷୟକୁ ନେଇ ଏବେ ମଧ୍ୟ ବିବାଦ ଜାରି ରହିଥିବା ବେଳେ ଜିଲା ପ୍ରଶାସନ ସମସ୍ତ ବିଷୟକୁ ଢ଼ାଙ୍କି କାମ ଚଳାଇ ନେବାକୁ ଉଦ୍ୟତ ହେଉଥିବା ବେଳେ ଏହି ଓଭରବ୍ରିଜ ଏବେ ଗୃହ ପ୍ରବେଶ ପୂର୍ବରୁ ଚାଳ ବାଜବା ସଦୃଶ ହୋଇଛି । ପ୍ରଥମରୁ ଯଦି ଏଭଳି ଦୁରାବସ୍ଥା ତାହା ହେଲେ ଆଗାମୀ ଦିନରେ କ’ଣ ହେବ ବୋଲି ସହରବାସୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories