ଦାଦାବଟି ନଦେବାରୁ ଗଣ୍ଡଗୋଳ ଅଭିଯୋଗ
ସମ୍ବଲପୁର: ସମ୍ବଲପୁର ରାମଜୀ ମନ୍ଦିର ପଡା ଅଞ୍ଚଳରେ ଜଣେ ଦୋକାନୀଙ୍କୁ ଦାଦାବଟି ମାଗିବା ଏବଂ ସେ ନ ଦେବାରୁ ମାରପିଟ କରାଯାଇଥିବାର ଅଭିଯୋଗ ହୋଇଛି । ଏନେଇ ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ରାମଜୀ ମନ୍ଦିର ପଡା ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଦୋକାନ କରି ତାଙ୍କର ପରିବାର ପୋଷଣ କରୁଥିଲେ । ତେବେ ତାଙ୍କୁ ମାସିକିଆ ଦାଦାବଟି ସେହି ଅଞ୍ଚଳର କିଛି ଯୁବକ ମାଗି ଥିଲେ । ଦୋକାନୀ ତାଙ୍କୁ ମନା କରିବାରୁ ତାଙ୍କୁ ମାରପିଟ କରିବା ସହିତ ଦୋକାନକୁ ଭାଙ୍ଗି ଦେଇଛନ୍ତି । ଫଳରେ ଦୋକାନୀ ଟାଉନ ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି ।
Comments are closed.