www.samajalive.in
Wednesday, December 10, 2025
14.1 C
Bhubaneswar

୮କେଜି ଗଞ୍ଜେଇ ଜବତ; ଜଣେ ଗିରଫ  

ସମ୍ବଲପୁର: ସମ୍ବଲପୁର ଉପକଣ୍ଠ କବରାପାଲି ନିକଟରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଚେକିଂ ସମୟରେ ଧରିବା ସହ ତା ନିକଟରୁ ଗଞ୍ଜେଇ ଜବତ କରିଛି । ସୂଚନା ଅନୁଯାୟୀ, ପୁଲିସ ପାଟ୍ରୋଲିଂ ସମୟରେ ବିଶ୍ୱସ୍ଥସୂତ୍ରରୁ ଖବର ପାଇ ଏକ ଯାତ୍ରୀବାହୀ ବସକୁ କବରପାଲି ଠାରେ ଅଟକାଇ ଥିଲା । ଉକ୍ତ ବସରେ ଯାତ୍ରା କରୁଥିବା ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରପଡା ନିବାସୀ ଚିତ୍ତରଞ୍ଜନ ବେହେରା (୨୨) ଙ୍କୁ ସନ୍ଦେହରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏକ ବ୍ୟାଗରେ ୮ କିଗ୍ରା ଗଞ୍ଜେଇ ପୁଲିସ ଜବତ କରିଥିଲା । ଯୁବକ ଜଣକ ବାରିପଦା ଅଞ୍ଚଳକୁ ବସରେ ଯାଉଥିଲେ । ପୁଲିସ ଏହା ଜାଣିପାରି ଯାଞ୍ଚ କରିବା ସହ ତାଙ୍କ ନିକଟରୁ ବେଆଇନ ଗଞ୍ଜେଇ ସମେତ ଗୋଟିଏ ମୋବାଇ ଓ ୨ ଶହ ଟଙ୍କା ଜବତ କରିଛି । ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories