କେଭି ଅଭିଭାବକ ସଂଘର ଦାବି

ସମ୍ବଲପୁର: ସମ୍ବଲପୁରର ବରେଇପାଲି ଶିଳ୍ପାଞ୍ଚଳରେ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା ୧ର ଅଭିଭାବକ ସଂଘ ତରଫରୁ ୬ଟି ଦାବି ଜିଲା ପ୍ରଶାସନ ନିକଟରେ କରାଯାଇଛି। ଗୁରୁବାର ସଂଘ ତରଫରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବରେଇପାଲି ଶିଳ୍ପାଞ୍ଚଳରେ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ – ୧ ଓ ସନ୍ନିକଟସ୍ଥ ଗୁରୁ ନାନକ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତ୍ୟହ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଚେରୁଆପଡ଼ା ସ୍ଥିତ ରେଳ ଧାରଣା ଅଞ୍ଚଳରୁ ପାଞ୍ଚ ଗଛିଆ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ, କେଭି – ୧ ର ଦ୍ୱିତୀୟ ଦ୍ୱାରା ସମ୍ମୁଖ ଅଞ୍ଚଳର ରାସ୍ତାର ପୁନଃ ନିର୍ମାଣ, କେଭି – ୧ ର ସମ୍ମୁଖରେ ଶୌଚାଳୟର ନିର୍ମାଣ, ଟ୍ରାଫିକ ନିୟନ୍ତ୍ରଣ ସକାଶେ ଗୁରୁ ନାନକ ପବ୍ଲିକ ସ୍କୁଲ ଓ କେଭି – ୧ ସମ୍ମୁଖରେ ଟ୍ରାଫିକ ପୁଲିସ ମୃତୟନ, କେଭି – ୧ ସମ୍ମୁଖରେ ଥିବା ୧୧ କେଭି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାରକୁ ଅନ୍ୟତ୍ର ସ୍ଥାନାନ୍ତରଣ ଏବଂ ବିଦ୍ୟାଳୟ ଗୁଡିକର ଖୋଲିବା ଓ ବନ୍ଦ ସମୟ ଯଥା ସକାଳ ୬ଟା ୩୦ ରୁ ୭ଟା ୩୦ ଏବଂ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ କୌଣସି ଭାରିଯାନ / ଟ୍ରାକ୍ଟର ଆଦିର ପ୍ରବେଶରେ ରୋକ ଲଗାଇବାକୁ ଦାବି କରାଯାଇଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ ଙ୍କୁ ପ୍ରଦତ୍ତ ଦାବିପତ୍ରରେ ସଂଘ ତରଫରୁ ସରୋଜ କୁମାର ଦେଓ, ଦୁଲାଲ ଚନ୍ଦ୍ର ରାୟ, ପ୍ରଫୁଲ୍ଲ କୁମାର ଦାଶ, ଦୁର୍ଗା ମାଧବ ସାହୁ, ହରିବନ୍ଧୁ ପ୍ରଧାନ, ଜୟନ୍ତ ବାରିକ, ଜଶବିର ସିଂ, ନବୀନ ବାରିକ, ତ୍ରିଲୋଚନ କିଷାନ, ରଞ୍ଜନ ବାରିକ ପ୍ରମୁଖ ଙ୍କ ଦସ୍ତଖତ ରହିଛି।

Comments are closed.