www.samajalive.in
Saturday, December 13, 2025
27.1 C
Bhubaneswar

ସମ୍ବଲପୁର ରେଳ ମଣ୍ଡଳର ନୂତନ ପ୍ରବନ୍ଧକ ବିନୀତ ସିଂ     

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳର ନୂତନ ପ୍ରବନ୍ଧକ ରୂପେ ବରିଷ୍ଠ ରେଳ ଅଧିକାରୀ ବିନୀତ ସିଂ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ମଙ୍ଗଳବାର ସ୍ଥାନୀୟ ସମ୍ବଲପୁର ସ୍ଥିତ ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରବନ୍ଧକ ପ୍ରଦୀପ କୁମାରଙ୍କ ଠାରୁ ଶ୍ରୀ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ମଣ୍ଡଳ ପ୍ରବନ୍ଧକ ଶ୍ରୀ ସିଂ ୧୯୯୦ ବ୍ୟାଚର ଭାରତୀୟ ସେବା (ମେକାନିକାଲ) ଅଧିକାରୀ ଅଟନ୍ତି । ସେ ଫେବ୍ରୁଆରୀ ୧୯୯୨ରୁ ଭାରତୀୟ ରେଳ ସେବାରେ ନିଯୁକ୍ତ ହୋଇ କାର୍ଯ୍ୟରତ ରହିଛନ୍ତି । ଶ୍ରୀ ସିଂ ଭାରତୀୟ ରେଳବାଇର ବିଭିନ୍ନ ପଦବୀ ଯଥା ନିର୍ଦ୍ଦେଶକ, ବରିଷ୍ଠ ଯାନ୍ତ୍ରିକ ଯନ୍ତ୍ରୀ, ଜିଜିଏମ, ଆଇଆରସିଟିସି ଆଦି ଗୁରୁତ୍ୱପୁର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ସମ୍ବଲପୁର ମଣ୍ଡଳ ପ୍ରବନ୍ଧକ ରୂପେ ନିଯୁକ୍ତ ହେବା ପୂର୍ବରୁ ସେ ନୁଆଦିଲ୍ଲୀ ସ୍ଥିତ ରେଳଟେଲ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡରେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ରହିଥିଲେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories