www.samajalive.in
Sunday, December 14, 2025
18.1 C
Bhubaneswar

ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଓବିସି ମଞ୍ଚର ଦାବିପତ୍ର ପ୍ରଦାନ

ସମ୍ବଲପୁର: ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ଜୁଲାଇ ୨୬ ତାରିଖ ଆରକ୍ଷଣ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ମଞ୍ଚ ପକ୍ଷରୁ ଓବିସି ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ଦେବା, ଜାତିଗତ ଜନଗଣନାକୁ ସୁନିଶ୍ଚିତ କରିବା, କେନ୍ଦ୍ର ଓ ରାଜ୍ୟ ସରକାରୀ ତଥା ବେସରକାରୀ ଚାକିରୀରେ, ଉଚ୍ଚ ନ୍ୟାୟାଳୟ ଓ ସାଂସଦ, ବିଧାୟକ ଓ ଅନ୍ୟାନ୍ୟ ରାଜନୈତିକ ପଦପଦବୀରେ ସମାନୁପାତିକ ସଂରକ୍ଷଣ ଦେବାକୁ ଦାବି କରାଯାଇଛି। ଏଥି ସହ ୫୦ ପ୍ରତିଶତ ଆରକ୍ଷଣ ସୀମା ହଟାଇବା, ଜାତିଗତ ଜନଗଣନା କରି ୫୨ ପ୍ରତିଶତ ସଂରକ୍ଷଣ ଲାଗୁ, କ୍ରିମି ଲେୟାର ପଦ୍ଧତି ହଟାଇବା, ଲାଇଫ ଟାଇମ ଓବିସି ପ୍ରମାଣପତ୍ର ଯୋଗାଇବା, ମଣ୍ଡଳ କମିଶନରର ସମସ୍ତ ୪୦ଟି ସୁପାରିଶ ଲାଗୁ କରିବା, ଓଡ଼ିଶାର ୨୦୦ ଜାତିଙ୍କୁ ରାଜ୍ୟରେ ଅଲଗା ସଂରକ୍ଷଣ ଦେବା ପାଇଁ ଦାବି କରାଯାଇଛି। ଏହି ମର୍ମରେ ସ୍ଥାନୀୟ କଚେରୀ ଛକରୁ ଏକ ବିଶାଳ ରାଲି ବାହାରି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ରାଜସ୍ୱ ଆୟୁକ୍ତଙ୍କ ଅନୁପସ୍ଥିତିରେ ସଚିବ ଭି.ପି.କେ. ଏକ୍କା ଙ୍କୁ ଦାବିପତ୍ର ପ୍ରଦାନ ସମୟରେ ମଞ୍ଚର ରାଜ୍ୟ ସଭାପତି ଶଙ୍କର ପାତ୍ର, ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ, ଜିଲା ଆବାହକ ସରୋଜ ସାହୁ, ହୀରାଲାଲ ବେହେରା, ଅନ୍ନପୁର୍ଣ୍ଣା ବାରିକ, ଡ. ସୁଷମା ସାହୁ, ସଂଯୁକ୍ତ ପ୍ରଧାନ, ସୁରେଖା ସାହୁ, ରୁନୁ ପ୍ରଧାନ, ଅନୁସୟା ସାମଲ, ପୁଷ୍ପାଞ୍ଜଳି ଜେନା, ମିନତି ବହିଦାର, ସୁଧାଂଶୁ ଶେଖର ମହାରଣା ଙ୍କ ସମେତ କୁଲତା ସମାଜ, ଚଷା ସମାଜ, ମେହେର ସମାଜ, ବାରିକ ସମାଜ, ଅଘରିଆ ସମାଜ, ବିଶ୍ୱକର୍ମା ସମାଜ, ଶୁଣ୍ଢୀ ସମାଜ, ତୈଳିକ ସମାଜ, ଯାଦବ ସମାଜ, ଡୁମାଲ ସମାଜ, ମାଳି ସମାଜ, ସୁଦ ସମାଜ, କୁଷ୍ଟା ସମାଜ, ଖଣ୍ଡାୟତ (ଚଷା) ସମାଜ, ଗୁଡିଆ ସମାଜ ଆଦିର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।

ଏଥି ସହ ଆଜି ୨୩ତମ କାର୍ଗିଲ ବିଜୟ ଦିବସ ହୋଇଥିବାରୁ ରାଲି ଆରମ୍ଭ ହେବା ପୂର୍ବରୁ ମଞ୍ଚର କର୍ମକର୍ତ୍ତା ମାନେ ସ୍ଥାନୀୟ କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ପୁଷ୍ପ ପ୍ରଦାନ କରି କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଶହୀଦ ହୋଇଥିବା ବୀର ଭାରତୀୟ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories