www.samajalive.in
Sunday, December 14, 2025
26.1 C
Bhubaneswar

ଆଜି +୨ ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ଆଜି (ବୁଧବାର) ପ୍ରକାଶ ପାଇବ । ପ୍ରତିବର୍ଷ ପରି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଫଳ ପ୍ରକାଶ କରାଯିବ । ଆଜି ଅପରାହ୍ଣ ୪ଟାରେ ଏକସଙ୍ଗେ +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ବାହାରିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସପ୍ତାହକ ପରେ ଅର୍ଥାତ୍‌ ଅଗଷ୍ଟ ପ୍ରଥମ ସପ୍ତାହରେ ଯୁକ୍ତଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ମହାମାରୀ ଯୋଗୁଁ ଲଗାତାର ଦୁଇବର୍ଷ ଧରି ଅଫ୍‌ଲାଇନ୍ ପରୀକ୍ଷା ବନ୍ଦ ପରେ ଏଥର ଅଫ୍‌ଲାଇନ୍ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଏବର୍ଷ ୩ ଲକ୍ଷ ୨୧ ହଜାର ପିଲା ଯୁକ୍ତଦୁଇ ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି।
ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଅଫିସିଆଲ୍‌ ୱେବ୍‌ସାଇଟ୍‌ orissaresults.nic.in, chseodisha.nic.inକୁ ଯାଇ ରେଜଲ୍ଟ ଜାଣିପାରିବେ। ଏଥିପାଇଁ ସିଏଚ୍‌ଏସ୍‌ଇ ଦ୍ବାଦଶ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ଲିଙ୍କ୍‌ ଖୋଲିବା ପରେ ଆବଶ୍ୟକ ତଥ୍ୟ ଓ ରୋଲ୍‌ ନମ୍ବର ଟାଇପ୍‌ କରି ପରୀକ୍ଷାଫଳ ଦେଖିପାରିବେ ଓ ଏହାକୁ ଡାଉନ୍‌ଲୋଡ କରିପାରିବେ । ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୮ରୁ ଯୁକ୍ତଦୁଇ ପରୀକ୍ଷା ହୋଇଥିଲା । ଜୁନ୍‌ ୨ରୁ ମୂଲ୍ୟାୟନ ଆରମ୍ଭ ହୋଇଥିଲା। ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫ୍‌ଲାଇନ୍‌ ଯୋଗେ ଓ ୩୭ଟି ମୂଲ୍ୟାୟନ କେନ୍ଦ୍ରରେ ଅନ୍‌ଲାଇନ ଯୋଗେ ମୂଲ୍ୟାୟନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଜୁନ୍‌ ୨ ରୁ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍‌ ୧୩ରୁ ୨୨ ଯାଏ ଖାତା ଦେଖା ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories