www.samajalive.in
Friday, December 12, 2025
14.1 C
Bhubaneswar

ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ରେଳ ଲାଇନ କାର୍ଯ୍ୟ ନିରୀକ୍ଷଣ   

ସମ୍ବଲପୁର:  ଦକ୍ଷିଣ ପୂର୍ବ ରେଳବାଇ ସାର୍କିଲର ନିରାପତ୍ତା ଆୟୁକ୍ତ ଶ୍ରୀ ଏ.ଏମ. ଚୌଧୁରୀ ଦୁଇ ଦିନ ଧରି ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ବିଭିନ୍ନ ରେଳବାଇ ଆଧୁନିକୀକରଣ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି । ଏହି କ୍ରମରେ ନିରାପତ୍ତା ଆୟୁକ୍ତ ଶ୍ରୀ ଚୌଧୁରୀ ସମ୍ବଲପୁର ମଣ୍ଡଳ ଅଧିନସ୍ଥ ସିକରି – ଟିଟିଲାଗଡ ଦୋହରୀକରଣ ଓ ବିଦ୍ୟୁତିକରଣ ତଥା ଟିଟିଲାଗଡ – କେସିଙ୍ଗା ତୃତୀୟ ରେଳ ଧାରଣା ଓ ବିଦ୍ୟୁତିକରଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ନିରୀକ୍ଷଣ ସମୟରେ ନିରାପତ୍ତା ଭିତ୍ତିକ କାର୍ଯ୍ୟ ଯଥା ଓଭର ହେଡ ଉପକରଣ ପୋଲ, ମାନବଯୁକ୍ତ ରେଳବାଇ ଫାଟକ, ସଙ୍କେତ ଓ ଦୂର ସଞ୍ଚାର ଉପକରଣ, ରେଳ ଧାରଣା ଆଦି ନିରୀକ୍ଷଣ କରିବା ସହିତ ସ୍ପିଡ ଟ୍ରାଏଲ ମଧ୍ୟ କରିଥିଲେ । ମଣ୍ଡଳର ସିକିରରୁ ଟିଟିଲାଗଡ ଦୋହରୀକରଣ ଓ ବିଦ୍ୟୁତିକରଣ ଏବଂ ଟିଟିଲାଗଡ – କେସିଙ୍ଗା ତୃତୀୟ ରେଳ ଧାରଣା ଓ ବିଦ୍ୟୁତିକରଣ କାର୍ଯ୍ୟ ପରେ ରେଳ ଚଳାଚଳ ଓ ପରିଚାଳନା ସୁଗମ ହୋଇ ପାରିବ । ନିରୀକ୍ଷଣ ସମୟରେ ସମ୍ବଲପୁର ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର, ପୂର୍ବତଟ ରେଳବାଇ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଅମର ପ୍ରକାଶ ଦ୍ୱିବେଦୀ, ପୂର୍ବତଟ ରେଳବାଇ ମୁଖ୍ୟାଳୟ ଓ ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ନିରୀକ୍ଷଣ ସମୟରେ ଉପସ୍ଥିତ ରହିଥିଲେ ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories