www.samajalive.in
Sunday, December 14, 2025
23.1 C
Bhubaneswar

ରେଳବଗିରେ ବିବାହ ବାର୍ଷିକୀ ପାଳିତ

ସମ୍ବଲପୁର: ଚଳନ୍ତା ଯାତ୍ରୀବାହୀ ରେଳବଗିରେ ଅଭିନବ ଢ଼ଙ୍ଗରେ ସୁନ୍ଦରଗଡର ଏକ ଦମ୍ପତି ସେମାନଙ୍କର ବିବାହ ବାର୍ଷିକୀ ପାଳନ କରିଛନ୍ତି । ସୁନ୍ଦରଗଡ ଜିଲାର ମୂଳ ନିବାସୀ ସୁନୀଲ ପଟ୍ଟନାୟକ ଓ ପତ୍ନୀ ରଞ୍ଜିତା ପଟ୍ଟନାୟକ ଭୁବନେଶ୍ୱରରେ ରହୁଛନ୍ତି । ସେମାନେ ପ୍ରତିବର୍ଷ ସେମାନଙ୍କର ବିବାହ ବାର୍ଷିକୀକୁ ଅଭିନବ ଢ଼ଙ୍ଗରେ ପାଳନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ପାଳନ କରିଛନ୍ତି । ଦମ୍ପତି ବିବାହ ବାର୍ଷିକୀ ଅବସରରେ ସମ୍ବଲପୁରରରୁ ଭୁବନେଶ୍ୱରକୁ ଭୁବନେଶ୍ୱର–ସମ୍ବଲପୁର ଇନ୍ଟରସିଟି ଯାତ୍ରୀବାହୀ ରେଳ ଯୋଗେ ରବିବାର ଫେରୁଥିବା ବେଳେ ସମ୍ବଲପୁର ଷ୍ଟେସନ ଠାରେ ଏସି ବଗିରେ ସେମାନଙ୍କର ୩୬ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ପୂର୍ବରୁ ଏହି ଦମ୍ପତି ବିମାନ, ଚିଲିକାରେ ବୋଟ, ଆଦି ବିଭିନ୍ନ ସ୍ଥାନରେ ବିବାହ ବାର୍ଷିକୀ ପାଳନ କରିଥିବା ବେଳେ ଆଗାମୀ ଦିନରେ ସୁଯୋଗ ମିଳିଲେ ଆହୁରୀ ଅଭିନବ ଢ଼ଙ୍ଗରେ ଏହାକୁ ପାଳନ କରିବେ ବୋଲି ପଟ୍ଟନାୟକ ଦମ୍ପତି କହିଛନ୍ତି । ଅପରପକ୍ଷରେ ଅଚାନକ ରେଳଯାତ୍ରୀ ମାନେ ପଟ୍ଟନାୟକ ଦମ୍ପତିଙ୍କ ଅଭିନବ ଢ଼ଙ୍ଗରେ ବିବାହ ବାର୍ଷିକୀ ପାଳନକୁ ଦେଖି ବେଶ ଖୁସି ହୋଇଥିବା ବେଳେ ଅନେକ ଯାତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories