www.samajalive.in
Sunday, December 14, 2025
26.1 C
Bhubaneswar

କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ସାମୁହିକ ବ୍ରତ ମହୋତ୍ସବ ଅନୁଷ୍ଠିତ

ନବରଙ୍ଗପୁର: ସ୍ଥାନୀୟ କନ୍ୟକା ପରେମେଶ୍ଵରୀ ମନ୍ଦିର ଠାରେ କନ୍ୟକା ପରେମେଶ୍ଵରୀ ମନ୍ଦିର କମିଟି ପକ୍ଷରୁ କଳିଙ୍ଗ ବୈଶ୍ୟ ସମାଜର ସାମୁହିକ ବ୍ରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୦ ଜଣଙ୍କ ବ୍ରତ ସମ୍ପନ୍ନ ହୋଇଥିଲା । ୧୯୦ ଜଣଙ୍କ ମଧ୍ୟରୁ ୭୦ ଜଣ ବିଷ୍ଣୁ ମତଧାରୀ ହୋଇଥିବା ବେଳେ ୧୨୦ ଜଣ ଶିବ ମତଧାରୀ ମାନେ ରହିଛନ୍ତି । ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମର ଶ୍ରୀକୋରମମରୁ ବୈଷ୍ଣବ ଗୁରୁ ଶ୍ରୀନିବାସ ଆଚାର‌୍ୟ୍ୟ ଓ ବେଙ୍ଗୁଲୁର ଲୁକୁନାମର ଜି ସୂର‌୍ୟ୍ୟ ପ୍ରସାଦ ଶର୍ମା ବ୍ରତ କାର୍ଯ୍ୟ ସମ୍ପନ୍ନ କରିଥିଲେ । କରୋନା ମହାମାରୀ ଯୋଗୁଁ ଦୀର୍ଘ ସମୟ ଧରି ସାମୁହିକ ବ୍ରତ ମହୋତ୍ସବ ବନ୍ଦ ରହିଥିବାରୁ ଅନେକ ବ୍ରତ ହୋଇନପାରି ବଞ୍ଚିତ ହେଉଥିଲେ ।

ତେବେ କରୋନା କଟକଣା କହଳ ହେବା ପରେ ଚଳିତ ବର୍ଷ ପୁଣିଥରେ ଏହି କାର୍ଯ୍ୟକ୍ରମ କରିବାକୁ କମିଟି ସ୍ଥିର କରିଥିଲା । ଜିଲ୍ଲାର ୧୦ ଗୋଟି ବ୍ଲକରୁ ସମାଜର ପ୍ରାୟ ୪ ହଜାର ଜଣ ସାମୁହିକ ବ୍ରତରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ କମିଟିର ସଭାପତି ପି .ଉମା ମହେଶ୍ଵର ଚିନାବାବୁ ଓ ସମ୍ପାଦକ ପି ଭେଙ୍କେଟ ରାଓଙ୍କ ତତ୍ଵାବଧନରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କିଶୋର, ରବି, ରମେଶ, ଲକ୍ଷ୍ମଣ ରାଓ ପ୍ରମୁଖ ସହଯୋଗ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories