www.samajalive.in
Sunday, December 14, 2025
26.1 C
Bhubaneswar

ପୂର୍ବତନ ସୈନିକ ଓ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ପରିସରରେ ସ୍ଥିତ ଏନସିସିର ପଶ୍ଚିମ ଓଡିଶା ଷ୍ଟେସନ ମୁଖ୍ୟାଳୟ ଠାରେ ପରାକ୍ରମ ଦିବସ (୨୧ ମେ) ଅବସରରେ ଶହୀଦ ସୈନିକ, ପୂର୍ବତନ ସୈନିକ, ସୈନିକ ମାନଙ୍କର ବିଧବା ଓ ମାତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟାଳୟର ପ୍ରଶାସନିକ କମାଣ୍ଡେନ୍ଟ ଲେଫ୍ଟେନାନ୍ଟ କର୍ଣ୍ଣେଲ ନରେଶ ଚନ୍ଦ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଭାରତୀୟ ସେନା ଦ୍ୱାରା ସେନା ପଦକପ୍ରାପ୍ତ ତଥା ଭାରତୀୟ ୟୁରାନିୟମ ନିଗମର ସ୍ୱତନ୍ତ୍ର ନିର୍ଦ୍ଦେଶକ କର୍ଣ୍ଣେଲ ପ୍ରଭାତ ପଣ୍ଡା, ସୁବେଦାର ମେଜର ପ୍ରଦୀପ ବେକ, ସୁବେଦାର ମେଜର ନବୀନ କୁମାର ପ୍ରଧାନ, ସିପାହୀ କନ୍ଦର୍ପ ପ୍ରଧାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିଭଳି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ସେନାବାହିନୀର ସିପାହୀ ଶହୀଦ ମାୟାଧର ଷଡଙ୍ଗୀଙ୍କ ପତ୍ନୀ ଯୋଗମାୟା ଷଡଙ୍ଗୀ, ଭାରତୀୟ ସେନାର ଶହୀଦ ରାଜେଶ କୁମାର ସାହୁଙ୍କ ପତ୍ନୀ ଦୀପ୍ତି ସାହୁ, ଶହୀଦ ସିପାହୀ ଦୁର୍ଗା ଚରଣ ଓରାମଙ୍କ ପତ୍ନୀ ଦଶେନ୍ଦ୍ରୀ ଟୋପୋ, ଶହୀଦ ସୁବେଦାର ବ୍ରଜ କିଶୋର ନାୟକଙ୍କ ପତ୍ନୀ ମାଳାବତୀ ନାୟକ ଓ ଶହୀଦ ସିପାହୀ ନିରଞ୍ଜନ ଖରସେଲଙ୍କ ମା’ ତିଳୋତ୍ତମା ଖରସେଲଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାବିଲଦାର ମେହବୁବ ଖାଁ ଓ ଗନର ଅମୀୟ ଗୋଚ୍ଛୀଙ୍କ ସମେତ ପଶ୍ଚିମ ଓଡିଶା ଷ୍ଟେସନ ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories