ସମ୍ବଲପୁର: ସମ୍ବଲପୁରର ବାଲିବନ୍ଧା ସ୍ଥିତ ପ୍ରାଚୀନ ମହାଦେବ ମନ୍ଦିରର ଶୀତଳଷଷ୍ଠୀ ମହୋତ୍ସବ ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାନେଜିଂ ଟ୍ରଷ୍ଟି ଡ. ବିଜୟ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୈଳାସ ଚନ୍ଦ୍ର ମିସ୍ତ୍ରୀ, ଲୋକନାଥ ପାଣ୍ଡେ, ପ୍ରଦୀପ ପ୍ରଧାନ, ସଞ୍ଜୟ ବେହେରା, ମନୋରଞ୍ଜନ ପ୍ରଧାନ, ସଞ୍ଜୟ ମିଶ୍ର, ଡ. ରମେନ୍ଦ୍ର କୁମାର ସାହୁ, ଅରକ୍ଷିତ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆସନ୍ତା ଶୀତଳଷଷ୍ଠୀ ମହୋତ୍ସବ ପାଇଁ କନ୍ୟା ପିତା ମାତା ସ୍ଥିର କରାଯିବା ପରେ ମହୋତ୍ସବର ଏକ ରୂପରେଖ ନିର୍ଦ୍ଧାରିତ ପାଇଁ ସଦସ୍ୟ ମାନେ ସୁଚିନ୍ତିତ ମତାମତ ପୋଷଣ କରିଥିଲେ। କୋଭିଡ ସଙ୍କଟର ୨ ବର୍ଷ ପରେ ଆୟୋଜିତ ହେବାକୁଥିବା ଏହି ମହୋତ୍ସବରେ ନଗର ପରିକ୍ରମା ବ୍ୟତିତ ପତରପେଣ୍ଡି, ବିବାହ ଶୋଭାଯାତ୍ରା ଗୁଡିକୁ ସୁନ୍ଦର ଓ ମନୋରମ କରାଯିବା ପାଇଁ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ ଦଳ ମାନଙ୍କୁ ସ୍ଥାନ ଦେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥି ସହ ସରକାରୀ ଆର୍ଥିକ ଅନୁଦାନ ନିମନ୍ତେ ସରକାରୀ କତ୍ତୃପକ୍ଷ ଙ୍କୁ ଆବେଦନ କରାଯିବା ପାଇଁ ସଦସ୍ୟ ମାନେ ମତ ଦେଇଥିଲେ।
Popular Categories



