www.samajalive.in
Friday, December 12, 2025
26.1 C
Bhubaneswar

ବିକାଶର ୨୧ତମ ପ୍ରତିଷ୍ଠା ଦିବସ

ସମ୍ବଲପୁର: ସମ୍ବଲପୁରର ଶାସନସ୍ଥିତ ବିକାଶ କ୍ୟାମ୍ପସରେ ବିକାଶର ୨୧ତମ ପ୍ରତିଷ୍ଠା ଦିବସ-୨୦୨୨ ପାଳିତ ହୋଇଯାଇଛି। ଏହି ଅବସରରେ ବିକାଶ ଗ୍ରୁପ୍‍ର ଚେୟାର୍‍ମେନ୍‍ ଶ୍ରୀଯୁକ୍ତ ଡି. ମୂରଲୀକ୍ରିଷ୍ଣା ଯୋଗଦାନ କରି ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କର ମାନବିକତା ତଥା ବୌଦ୍ଧିକତା ସଂପର୍କରେ ଉଦ୍‍ବୋଧନ ଦେଇଥିଲେ। କାର୍ଯ୍ୟନିର୍ବାହୀ ପରିଚାଳକ ଶ୍ରୀଯୁକ୍ତ ଜି. ଭାସ୍କର ରାଓ ଏବଂ ଶ୍ରୀଯୁକ୍ତ ଡି. ନାଗେଶ୍ୱର ରାଓ ଯୋଗଦେଇ ବିକାଶ ଶିକ୍ଷାନୁଷ୍ଠାନ ବିଭିନ୍ନ ପ୍ରକାର ଘାତ ପ୍ରତିଘାତ ସତ୍ୱେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ତିଆରି କରିବାରେ କେବେ ପଛଘୁଂଚା ଦେଇନାହିଁ ବୋଲି ନିଜ ନିଜ ଭାଷଣରେ କହିଥିଲେ।

ଏହି ପ୍ରସଙ୍ଗରେ ଆଗାମୀ ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଲୋକେ କିପରି ଆବଶ୍ୟକ ସୁବିଧା ପାଇପାରିବେ ସେ କ୍ଷେତ୍ରରେ ବିକାଶ କାମ କରିବ ଏକଥା ଶ୍ରୀଯୁକ୍ତ ଜି. ଭାସ୍କର ରାଓ ପ୍ରତିଶ୍ରୁତି ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିକାଶ କନ୍‍ସେପ୍ଟ ସ୍କୁଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ପତି ସ୍ୱାଗତ ଭାଷଣ ଦେଇଥିବାବେଳେ ବିକାଶ ଫାଷ୍ଟ୍‍ ଷ୍ଟେପ୍‍ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ଭି. ଶୈଲଜା ବିକାଶ ପ୍ରତିଷ୍ଠା ଦିବସ ଉପରେ ନିଜର ମତ ଉପସ୍ଥାପନ କରିଥିଲେ ଏବଂ ବିକାଶ ଉଚ୍ଚତର ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ କୁମାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାଡେମିକ୍‍ ଡାଇରେକ୍ଟର ଜି. ରାମକୃଷ୍ଣ, ଏକାଡେମିକ୍‍ ଅଫିସର୍‍ ଶ୍ରୀମତୀ ପୁଷ୍ପିତା ପଣ୍ଡା ଓ ଏକାଡେମିକ୍‍ କୋ-ଅଡିନେଟର ଶ୍ରୀଯୁକ୍ତ ଏମ୍‍. ରବି କୁମାର ଯୋଗଦେଇ ବିକାଶର ଭବିଷ୍ୟତ ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ କିପରି ଉଜ୍ଜ୍ୱଳ ହେବ ସେ ସଂପର୍କରେ ସୂଚନା ଦେଇଥିଲେ। ବିକାଶର ୨୧ତମ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ବିକାଶ ଗ୍ରୁପ୍‍ର ଚେୟାରମେନ୍‍ ଡି. ମୁରଲୀ କ୍ରିଷ୍ଣାଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ତରଫରୁ ବିଭିନ୍ନ ପ୍ରକାର ସଂଗୀତ ଗାନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁର ଫାଷ୍ଟ୍‍ ଷ୍ଟେପ୍‍ ଏବଂ ଶାସନସ୍ଥିତ ବିକାଶର ଶିକ୍ଷକ-ଶିକ୍ଷୟିତ୍ରୀ ସମେତ ସମସ୍ତ କର୍ମକର୍ତାଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories