ପୁଲିସ ଚେକିଂ ବେଳେ ୯୨ ଜଣ ମଦ୍ୟପ ଗିରଫ

ସମ୍ବଲପୁର: ଓଡିଶା ପୁଲିସ ପକ୍ଷରୁ ରବିବାର ରାତ୍ରି ୮ଟାରୁ ସାରା ରାଜ୍ୟରେ ମଦୁଆ ବିରୋଧି ଅଭିଯାନ କରାଯାଇଥିଲା । ଏହି କ୍ରମରେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ମଦୁଆ ବିରୋଧୀ ଅଭିଯାନ କରାଯାଇଥିଲା । ଅଭିଯାନ ସମୟରେ ନିଶା ପାନ କରି ଗାଡି ଚଳାଇବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ସମ୍ବଲପୁର ଜିଲ୍ଲାର ସମସ୍ତ ଥାନା ଗୁଡିକ ପକ୍ଷରୁ ଏହି ଅଭିଯାନ ହୋଇଥିବା ବେଳେ ଏହି ସମୟରେ ସାରା ଜିଲ୍ଲାରେ ମୋଟ ୯୨ ଜଣ ବ୍ୟକ୍ତିଙ୍କୁ ନିଶାପାନ କରି ଗାଡି ଚଳାଉଥିବା ବେଳେ ପୁଲିସ ଧରିଛି । ଏଣୁ ସେମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି । ସେମାନଙ୍କର ଚାଳକ ପଞ୍ଜିକରଣ ରଦ୍ଦ ପାଇଁ ପରିବହନ ବିଭାଗକୁ ସୂଚନା ଦିଆଯାଇଛି । ମଦ୍ୟାପାନ କରି ଗାଡି ଚଳାଇବା ଦ୍ୱାରା ୪୨ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହା ଗାଡି ଚାଳକ ମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ଅନ୍ୟ ମାନଙ୍କ ପାଇଁ ମଧ୍ୟ ବିପଦଜନକ ଅଟେ । ଏଣୁ ମଦ୍ୟପାନ କରି ଗାଡି ଚଳାଇବାରୁ ଦୂରେଇ ରହି ଦୁର୍ଘଟଣାକୁ ଏଡାଇ ନିଜେ ସୁରକ୍ଷିତ ରହନ୍ତୁ ବୋଲି ଜିଲା ପୁଲିସ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି ।

kalyan agarbati

Comments are closed.