www.samajalive.in
Sunday, December 14, 2025
14.1 C
Bhubaneswar

ସମ୍ବଲପୁର ଶିଳ୍ପାଞ୍ଚଳ ରାସ୍ତା : ଯମକୁ ନିମନ୍ତ୍ରଣ !

ସମ୍ବଲପୁର  – ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବିକାଶର ଦାବି କରାଯାଉଥିବା ବେଳେ କିନ୍ତୁ ତାହା ବାସ୍ତବରେ ସତ୍ୟତାରୁ ବହୁ ଦୂରରେ ରହିଥିବାର ଦେଖାଯାଉଛି । ସମ୍ବଲପୁର ପାଞ୍ଚଗଛିଆ ସ୍ଥିତ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ (ଶିଳ୍ପାଞ୍ଚଳ) ଅଞ୍ଚଳ ସହରର ଅନ୍ୟତମ ପ୍ରମୁଖ ସ୍ଥାନ ଅଟେ । ସମ୍ବଲପୁର ଜିଲାର ଅର୍ଥନୀତିର ବିକାଶ ଓ ଉନ୍ନତି ପାଇଁ ଏହି ଅଞ୍ଚଳରେ ପ୍ରଶାସନର ଉଦ୍ୟମ କ୍ରମେ ଶିଳ୍ପାଞ୍ଚଳ ସ୍ଥାପନ କରାଯାଇ ବ୍ୟବସାୟୀ ମାନଙ୍କୁ ଜାଗା ଆବଣ୍ଟନ କରି ଆକର୍ଷିତ କରାଯାଇଥିଲା । ଏହି ଅଞ୍ଚଳରେ ବ୍ୟାପକ ବ୍ୟବସାୟିକ ଗତିବିଧ ସହିତ ବିଭିନ୍ନ ଦୈନିକ ଗଣମାଧ୍ୟମ ଗୁଡିକରର ମୁଦ୍ରଣ, ଗୋଦାମ ଗୃହ ଓ କାର୍ଯ୍ୟାଳୟ ରହିଛି । ଏଥି ସହ ଏହି ଅଞ୍ଚଳରେ ପଶ୍ଚିମ ଓଡିଶାର ସର୍ବବୃହତ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ରହିଛି । ଜାତୀୟ ରାଜପଥ କଡରେ ଥିବାରୁ ଏହି ଅଞ୍ଚଳ ସହର ମଧ୍ୟକୁ ପ୍ରବେଶ କରିବାର ଅନ୍ୟତମ ପ୍ରବେଶ ଦ୍ୱାର ଅଟେ । କିନ୍ତୁ ପ୍ରଶାସନ ଏହି ଅଞ୍ଚଳର ରାସ୍ତାଘାଟ, ନାଳ ଆଦିର ବିକାଶ କରିବାକୁ ସମ୍ପୁର୍ଣ୍ଣ ରୂପେ ଭୁଲି ଯାଇଛି । ଅଞ୍ଚଳର ରାସ୍ତାଘାଟରେ ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଏହା ଗ୍ରାମାଞ୍ଚଳର କାଦୁଅ ପଚପଚ ରାସ୍ତାର ଅନୁଭୂତି ପ୍ରଦାନ କରିଥାଏ । ପ୍ରତ୍ୟହ ଏହି ରାସ୍ତାରେ ହଜାର ହଜାର ଛାତ୍ରଛାତ୍ରୀ, ଜନତା ଙ୍କ ଯାତାୟାତ ସହିତ ଶତାଧିକ ବିଭିନ୍ନ ପ୍ରକାରର ଯାନବାହାନ ଯାତାୟାତ କରୁଛି ।

ଅଞ୍ଚଳ ଗୁଡିକର ରାସ୍ତା ଗୁଡିକ ଏଭଳି ଅବସ୍ଥାରେ ରହିଛି ଯେ, ରାସ୍ତା ମଝିରେ ଖାଲ ନା ଖାଲ ମଧ୍ୟରେ ରାସ୍ତା ତାହା ଜଣା ପଡୁ ନାହିଁ । ଏବେ ବର୍ଷା ଋତୁ ହୋଇଥିବାରୁ ଖାଲଖମା ଗୁଡିକରେ ବର୍ଷା ଜଳ ଜମା ହୋଇ ରହିଥିବାରୁ ଅନେକ ସମୟରେ ପଥଚାରୀ, ଦୁଇ ଚକିଆ ଯାନାବାହନ ଆରୋହୀ ପଡି ଉଠି ଖଣ୍ଡିଆ ଖାବରା ହେବା ସହିତ କାଦୁପମୟ ହୋଇ ଯାଉଛନ୍ତି । ପ୍ରତି ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାରେ ଏହି ରାସ୍ତା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଥିବା ବେଳେ ଅନେକ ସମୟରେ ଖାଲ ମଧ୍ୟରେ ପଡିଯାଇ କାଦୁଅମୟ ହୋଇ ଯାଉଛନ୍ତି । ବାରମ୍ବାର ଦାବି ସତ୍ୱେ ଜିଲା ପ୍ରଶାସାନ ଓ ନଗର ନିଗମ ସମସ୍ୟାର ସମାଧାନ ପାଇଁ କୌଣସି ଧ୍ୟାନ ଦେଉ ନାହାନ୍ତି । କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଥିବାରୁ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ବୋଧହୁଏ ଯମକୁ ନିମନ୍ତ୍ରଣ ପ୍ରଶାସନ ଦେଇଥିବାରୁ କୌଣସି ଏକ ବଡ ଦୁର୍ଘଟଣା ଘଟଲେ ଯାଇ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏହା ସହିତ ଅଞ୍ଚଳର କେତେକ ରାସ୍ତାରେ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବାରୁ ଅଞ୍ଚଳରେ ନିଶାଖୋର ଓ ଅସାମାଜିକ ତତ୍ୱ ମାନଙ୍କର ଗତିବିଧି ଢ଼େର ବୃଦ୍ଧି ପାଉଛି । ଏଣୁ ୨୪ ଘଣ୍ଟା ବ୍ୟସ୍ତ ରହୁଥିବା ଏହି ଅଞ୍ଚଳ ଦେଇ ଯାତାୟାତ କରୁଥିବା ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ତୁରନ୍ତ ଅଞ୍ଚଳର ରାସ୍ତାଘାଟ, ନାଳ ଓ ଷ୍ଟ୍ରିଟ ଲାଇଟର ସମସ୍ୟାକୁ ସୁଧାରିବା ପାଇଁ ସବୁ ମହଲରୁ ଦାବି ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories