କଣ୍ଟାବାଞ୍ଜି : ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଦୀର୍ଘ ୨୫ବର୍ଷର ଜୟଯାତ୍ରାକୁ ନେଇ ରୌପ୍ୟ ଜୟନ୍ତୀ ପାଳନ କରାଯିବ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କଣ୍ଟାବାଞ୍ଜି ବିଜେଡି ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ‘ଗୋଟିଏ ଗଛ, ଗୋଟିଏ ଜୀବନ’ ବାର୍ତ୍ତା ନେଇ ତୁରେକେଲା ବ୍ଲକ ଅନ୍ତର୍ଗତ ବୁଢ଼ିବାହାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ ସଭାପତି ଅସାଦୁଲ୍ଲା ଖାନ ନେତୃତ୍ୱରେ ଅତିଥି ଭାବେ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱନାଥ ସାହୁ, ମୁନା ମହାନ୍ତି, ଲକ୍ଷ୍ମଣ ପୁଟେଲ, ଭାସ୍କର ମହାକୁର, ହେମପତି ଛତ୍ରିଆ, ଦାଶରଥି ବଚ୍ଛା, କେଦାର ପଣ୍ଡାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Popular Categories



