www.samajalive.in
Saturday, December 6, 2025
17.1 C
Bhubaneswar

ପୋଲ ତଳୁ ମିଳିଲା ମୃତଦେହ : ହତ୍ୟା ସନ୍ଦେହ

ସମ୍ବଲପୁର : ସମ୍ବଲପୁରର ଧନୁପାଲୀ ଥାନା ଅର୍ନ୍ତଗତ ଚାରଭାଟୀ ଛକରେ ନିକଟରେ ରହିଥିବା ଏକ ପୋଲ ତଳୁ ଜଣେ ରିକ୍ସା ଚାଳକଙ୍କ ମୃତଦେହ ମିଳିଛି। ଶନିବାର ସକାଳୁ ସ୍ଥାନୀୟ ଲୋକେ ଚାରଭାଟୀ ଛକ ନିକଟରେ ରହିଥିବା ପୋଲ ତଳେ ଏକ ମୃତଦେହ ଭାସୁଥିବାର ଦେଖିଥିଲେ। ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ମୃତବ୍ୟକ୍ତି ଜଣକ ବିନାଖଣ୍ଡୀ ଅଞ୍ଚଳର ନିବାସୀ ସନ୍ତୋଷ ଗର୍ଡିଆ (୩୦) ବୋଲି ଜଣାପଡିଥିଲା।

ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ମୃତ ସନ୍ତୋଷ ରିକ୍ସା ଚାଳନା କରି ରୋଜଗାର କରୁଥିବା ବେଳେ ଗତ ୨୬ ତାରିଖରୁ ନିଖୋଜ ରହିଥିଲେ। ସନ୍ତୋଷଙ୍କ ନିଖୋଜ ହୋଇଥିବାର ରିପୋର୍ଟ ଟାଉନ ଥାନାରେ ପରିବାର ପକ୍ଷରୁ ଦିଆଯାଇଛି। କିନ୍ତୁ ପୁଲିସ କେବଳ ରିପୋର୍ଟ ରଖି କୌଣସି ପଦକ୍ଷେପ ନ ନେଇ ଚୁପ ପଡିଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ପୋଲ ଉପରୁ ତଳକୁ ଖସି ପଡିବା ଯୋଗୁଁ ମୃତ୍ୟୁ ହୋଇଥିବାର କହୁଥିବା ବେଳେ କିନ୍ତୁ ପରିବାର ଲୋକେ ପୁଲିସର କଥାକୁ ବିଶ୍ୱାସ କରୁ ନାହାନ୍ତି। ମୃତକଙ୍କ କପାଳ ଉପରକୁ ଗଭୀର ଆଘାତ ଲାଗିଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ତୋଷର ପରିବାର ଲୋକେ ସନ୍ଦେହ କରୁଥିବାରୁ ଏହି ମାମଲାର ନିରପେକ୍ଷ ତଦନ୍ତ ଦାବୀ କରୁଛନ୍ତି। ଅପର ପଟରେ ଏ ନେଇ ଧନୁପାଲୀ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୫/୨୦୨୦ ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

- Advertisement -

ସମ୍ବଲପୁର ପୁଲିସ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହିଁ। ଗତ ଡିସେମ୍ବର ମାସ ୩୦ ତାରିଖ ସକାଳ ସମୟରୁ ଟାଉନ ଥାନା ଅର୍ନ୍ତଗତ ମୋଦିପଡାର ଜଣେ ବିବାହିତା ମହିଳା ଗୀତା ସଲମା (୩୫) ନିଖୋଜ ହୋଇଯାଇଥିଲେ। ଏଣୁ ପରିବାର ଲୋକେ ଏ ନେଇ ଟାଉନ ଥାନାରେ ମହିଳା ନିଖୋଜ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ନଂ ୩୬/୨୦୧୯ ରୁଜୁ କରି ଚୁପ ପଡି ଯାଇଥିଲା। ଅନ୍ୟ ପଟରେ ଜାନୁଆରୀ ୨ ତାରିଖରେ ନିଖୋଜ ମହିଳାଙ୍କ ମୃତଦେହ ମୋଦିପଡାର ଜୁରା ବନ୍ଧ ଠାରେ ଭାସମାନ ଅବସ୍ଥାରେ ମିଳିଥିଲା। ପୁଲିସ ଏହି ମାମଲାକୁ ମଧ୍ୟ ଗୋଡ ଖସିଯାଇ ମୃତ୍ୟୁ ହୋଇଥିବାର ଦର୍ଶାଇ ଏକ ଅପମୃତ୍ୟୁ ମାମଲା ୧/୨୦୨୦ ରୁଜୁ କରି ମାମଲାକୁ ରଫାଦଫା କରିଦେଇଛି। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ କେବଳ ଟାଉନ ଥାନାରେ ୩୬ ଟି ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ କୌଣସି ଗୋଟିଏ ନିଖୋଜ ବ୍ୟକ୍ତିଙ୍କୁ ପୁଲିସ ଖୋଜି ନ ଥିବାରୁ କାହାରିକୁ ଠାବ କରାଯାଇ ପାରି ନାହିଁ ବୋଲି ଜଣାପଡିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଟାଉନ ଥାନା ପୁଲିସ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ କେତେ ଆଗ୍ରହୀ। ସମ୍ବଲପୁର ପୁଲିସର ନିଷ୍କ୍ରିୟତା ଯୋଗୁଁ ଜନତାଙ୍କର ଉପରେ ଭରସା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ପୁଲିସ ତାର ଦାୟିତ୍ୱ ଠିକ ଭାବରେ ନିର୍ବାହ କରିବାର କୌଣସି ଲକ୍ଷଣ ଦିଶୁ ନ ଥିବାର ସାଧାରଣରେ ଅଭିଯୋଗ ହେଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories