www.samajalive.in
Saturday, December 6, 2025
14.1 C
Bhubaneswar

ଖ୍ରୀଷ୍ଟ କଲେଜ : ପ୍ରଧ୍ୟାପିକା ପ୍ରଜ୍ଞା ସାମନ୍ତାରାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

କଟକ : ଖ୍ରୀଷ୍ଟ କଲେଜର ଅର୍ଥନୀତି ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଶ୍ରୀମତୀ ପ୍ରଜ୍ଞା ସାମନ୍ତରାୟଙ୍କୁ କଲେଜ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଏକ ଭାବବିହ୍ବଳ ପରିବେଶ ମଧ୍ୟରେ ପ୍ରଦାନ କରାଯାଇଛି। ଅଧ୍ୟକ୍ଷ ଡ. ସିଦ୍ଧାର୍ଥ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପରିଚାଳନା ସମିତିର ସଭାପତି ଉନୁପମ ପାତ୍ର, ଉପାଧ୍ୟକ୍ଷ ଡ. ଦେବଯାନୀ ଦାଶ, ପ୍ରଫେସର ମୋହିନ ମହମ୍ମଦ, ଡ. ଯୋଗଶଙ୍କର ମହାପ୍ରଶସ୍ତ, ପ୍ରଶାସନିକ ବର୍ସାର ଅଧ୍ୟାପକ ସୁମନ ରୟ, ଶୋଭନ ପଣ୍ଡା, ଡ. ଦୈତ୍ୟାରି ଶୁକ୍ଲ, ଡ. ଆଲୋକ ମିଶ୍ର, ଡ. କ୍ଷଣପ୍ରଭା ନନ୍ଦ, ଡ. ସଞ୍ଜିତ ବିଶ୍ବାସ ପ୍ରମୁଖ ପ୍ରାଧ୍ୟାପିକା ସାମନ୍ତରାୟଙ୍କ ବୃତ୍ତିଗତ ଜୀବନର ଶୃଙ୍ଖଳିତ କାର୍ଯ୍ୟଧାରା, ଉତ୍ତମ ଶିକ୍ଷାଦାନ, ଛାତ୍ର ଓ ବନ୍ଧୁ ବତ୍ସଳ ଆଦର୍ଶ, ସରଳ ତଥା ନିରାଡମ୍ବର ଜୀବନଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀମତୀ ସାମନ୍ତରାୟ ତାଙ୍କ ବିଦାୟୀ ଅଭିଭାଷଣରେ ଖ୍ରୀଷ୍ଟ କଲେଜରେ ଦୀର୍ଘ ୩୮ ବର୍ଷର ଜୀବନାନୁଭୂତିକୁ ଉପସ୍ଥାପନ କଲାବେଳେ ଅତ୍ୟନ୍ତ ଭାବବିହ୍ବଳ ହୋଇପଡ଼ିଥିଲେ। ଅଧ୍ୟାପିକା ମଧୁମିତା ପାତ୍ର ଧନ୍ୟବାଦ ଅର୍ଫଣ କରିଥିଲେ।  ଏହି ସ୍ବତନ୍ତ୍ର ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ କଲେଜର ସମସ୍ତ ଆଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories