www.samajalive.in
Sunday, December 7, 2025
23.1 C
Bhubaneswar

ପାରିବାରିକ କଳହର କରୁଣ ପରିଣତି : ବଡଭାଇର ଟାଙ୍ଗିଆ ଚୋଟରେ ଛୋଟ ଭାଇ ଗୁରୁତର ଆହତ , ବଡଭାଇର ଆତ୍ମହତ୍ୟା

ସମ୍ବଲପୁର:  ସମ୍ବଲପୁର ଜିଲାର ଶାସନ ଥାନା ଅର୍ନ୍ତଗତ ଝାରଘାଟି ଗ୍ରାମରେ ଘରୋଇ କଳହକୁ ନେଇ ବଡଭାଇର ଟାଙ୍ଗିଆ ଚୋଟରେ ଛୋଟ ଭାଇ ଗୁରୁତର ଆହତ ହେବା ଏବଂ ଏହା ପରେ ବଡଭାଇ ଆତ୍ମହତ୍ୟା କରିବାର ଚାଞ୍ଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି। ପ୍ରାପ୍ତସୂଚନାନୁଯାୟୀ, ଝାରଘାଟି ଗ୍ରାମର ନିବାସୀ ନିର୍ମଳ ଖଡିଆ (୨୪) ତାଙ୍କର ସାନଭାଇ ନରେଶ ଖଡିଆ (୨୦) ଙ୍କୁ ଘରୋଇ କଳହ ଯୋଗୁଁ ଘରେ କେହି ନ ଥିବା ସମୟରେ ଦିନବେଳା ଟାଙ୍ଗିଆରେ ଆକ୍ରମଣ କରିଥିଲେ। ନିର୍ମଳଙ୍କ ଟାଙ୍ଗିଆରେ ବାରମ୍ବାର ଆକ୍ରମଣ କରିଥିବାରୁ ନରେଶ ଙ୍କର ବେକ, ଅଣ୍ଟା ଓ ଗୋଡରେ ଗଭୀର ଆଘାତ ଲାଗିଛି। ନିର୍ମଳଙ୍କ ଆକ୍ରମଣ ପରେ ନରେଶ ଅଚେତ ହୋଇଯିବା ପରେ ନିର୍ମଳ ପୁଲିସ କାଳେ ତାଙ୍କୁ ଧରି ନେବା ଭୟରେ ସେ ତାଙ୍କର ମାଁଙ୍କ ଶାଢ଼ୀ ଦ୍ୱାରା ଘରେ ଆତ୍ମହତ୍ୟା କରିଛନ୍ତି। ଅନ୍ୟ ପଟରେ ଘଟଣା ଘଟିବାର ଜଣାପଡିବା ପରେ ଗୁରୁତର ଆହତ ନରେଶଙ୍କୁ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ବିଭାଗର ୭୬ ନଂ ବେଡରେ ରଖାଯାଇ ଚିକିତ୍ସା କରାଯାଉଛି। ଏ ସର୍ମ୍ପକରେ ଆହତ ନରେଶ କହିଛନ୍ତି ଯେ, ବଡଭାଇ କୌଣସି ଏକ କାରଣରୁ ମୋ ଉପରେ ରାଗ ରଖି ରଖି ପ୍ରାୟତଃ ଝଗଡା କରୁଥିଲେ। ଆଜି ଅଚାନକ ମୋର ତଣ୍ଟି ଧରି ପକାଇ ଆକ୍ରମଣ କରିଥିଲେ। ଏହା ଉପରେ ସେ ମୋତେ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

ଘଟଣା ସର୍ମ୍ପକରେ ଶାସନ ଥାନାଧିକାରିଣୀ ଜୟରଶ୍ମୀ ସେଠ କହିଛନ୍ତି ଯେ, ଆତ୍ମହତ୍ୟା କରିଥିବା ନିର୍ମଳ ସବୁ ସମୟରେ ଘରେ କଳି କଜିଆ କରୁଥିଲେ। ଆଜି ସେ ସାନଭାଇ ନରେଶଙ୍କୁ ଅଚାନକ ଟାଙ୍ଗିଆରେ ଆକ୍ରମଣ କରି ଆହତ କରିଥିଲେ। ପରେ ଗ୍ରାମବାସୀ ନରେଶଙ୍କୁ ଡାକ୍ତରଖାନାଙ୍କୁ ନେଇ ଯାଇଥିବା ବେଳେ କାଳେ ସେ ମରିଯାଇଥିବ ଭାବି ଭୟରେ ନିର୍ମଳ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଥାନାରେ ମାମଲା ରୁଜୁ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରିଣୀ ଜୟରଶ୍ମୀ କହିଛନ୍ତି।

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories