www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟ ପାୱାର ଲିପଟିଙ୍ଗ ଚାମ୍ପିୟନସିପରେ ସମ୍ବଲପୁର ଦଳର ସଫଳତା

ସମ୍ବଲପୁର:ଇଣ୍ଡିଆନ ପାୱାର ଲିପଟିଙ୍ଗ ଆସୋସିଏସନ ଦ୍ୱାରା ପଞ୍ଜିକୃତ ଓଡିଶା ପାୱାର ଲିପଟିଙ୍ଗ ଆସୋସିଏସନର ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱର ଠାରେ ୩୦ ନଭେମ୍ବର ଓ ୧ ଡିସେମ୍ବର ଦୁଇ ଦିନ ଧରି ରାଜ୍ୟସ୍ତରୀୟ ପାୱାର ଲିପଟିଙ୍ଗ ଚାମ୍ପିୟନସିପ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ସମ୍ବଲପୁର ଦଳ ଭାଗ ନେଇ ୧୩ ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ପଦକ ସମେତ ସମୁଦାୟ ୧୬ଟି ପଦକ ହାସଲ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଚାମ୍ପିୟନସିପରେ ସୋମନାଥ ପଟ୍ଟନାୟକ ୧୨୦ କିଗ୍ରାରୁ ଉର୍ଦ୍ଧ ଓ ସିନିୟର ବର୍ଗରେ ୨ଟି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ସେହିଭଳି ଦିପୁ ମୁଣ୍ଡା (୪୭ କିଗ୍ରା), ଅନୀଲ ବାଗ (୫୩ କିଗ୍ରା), ରାକେଶ ବାଗ (୫୯ କିଗ୍ରା), ନବୀନ ବାଗ (୬୬ କିଗ୍ରା), ରମେଶ ଦରୱାନ (୭୪ କିଗ୍ରା), ଦିବ୍ୟ କୁମାର ବେହେରା (୧୨୦ କିଗ୍ରା), ଜେମିନି ବାଗ (୫୨ କିଗ୍ରା), ସାଇରୁନ ନିଶା (୬୫ କିଗ୍ରା), ଗ୍ରୀଷ୍ମା ବବେଇୱାଲା (୮୪ କିଗ୍ରାରୁ ଉର୍ଦ୍ଧ) ଓ ହେମାଙ୍ଗିନୀ ଭୋଇ (୮୪ କିଗ୍ରାରୁ ଉର୍ଦ୍ଧ) ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ସେହିଭଳି ପୁଜାରାଣି କିଷାନ (୮୪ କିଗ୍ରାରୁ ଉର୍ଦ୍ଧ), ସୁନିତା ନାୟକ (୬୫ କିଗ୍ରା) ଓ ଆଶା ବବେଇୱାଲ (୬୨ କିଗ୍ରା) ରୌପ୍ୟ ପଦକ ଲାଭ କରିଛନ୍ତି। ସମ୍ବଲପୁର ଦଳର ଏହି ସଫଳତା ପାଇଁ ଜିଲା ମୁଖ୍ୟ କ୍ରିଡାଧିକାରୀ ଙ୍କ ସମେତ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories