www.samajalive.in
Sunday, December 7, 2025
18.1 C
Bhubaneswar

୪୮ ଘଣ୍ଟା ପରେ ବି ମାଆ-ଝିଅଙ୍କ ମିଳିନି ପତ୍ତା

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଧମାକୁ ବାପଘରକୁ ଆସି ଗତ ମଙ୍ଗଳବାରଠାରୁ ପୂଜା ଅଗ୍ରୱାଲ ଓ ତାଙ୍କ ତିନି ବର୍ଷର ଝିଅ ସାନ୍‌ଭି ନିଖୋଜ ହୋଇଯାଇଛନ୍ତି। ମହାନଦୀର ଦ୍ବିତୀୟ ପୋଲ ଉପରୁ ତାଙ୍କ ଚାବି ଲାଗିଥିବା ସ୍କୁଟି ଓ ଚପଲ ତଥା ଡିକିରୁ ମୋବାଇଲ ମିଳିଥିବାରୁ ନଦୀ ଗର୍ଭକୁ ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ତେବେ, ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ ଖୋଜାଖୋଜି ଜାରି ରଖିଥିଲେ ହେଁ ବୁଧବାର ୪୮ ଘଣ୍ଟା ପରେ ମଧ୍ୟ ମାଁ-ଝିଅଙ୍କ ଖୋଜଖବର ମିଳିନାହିଁ। ଅନ୍ୟପକ୍ଷରେ ଆଜି ପୂଜାଙ୍କ ମାଁ ମୀନା ଅଗ୍ରୱାଲ (୫୪) ତାଙ୍କ ଝିଅ ପୂଜାକୁ ଶଶୁର ଘରଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଧମା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଚାରିବର୍ଷ ପୂର୍ବେ କଳାହାଣ୍ଡି ଜିଲା କେସିଙ୍ଗାନିବାସୀ ବୁଧୁରାମ ଅଗ୍ରୱାଲଙ୍କ ବଡ଼ପୁଅ ବରୁଣ ଅଗ୍ରୱାଲଙ୍କ ସହିତ ପୂଜାର ସାମାଜିକ ରୀତିନୀତିରେ ବିବାହ ହୋଇଥିଲା। ଏହି ଚାରି ବର୍ଷ ମଧ୍ୟରେ ଜ୍ବାଇଁ ବରୁଣ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ପେଇ ପୂଜା ମାଁ ଓ ବାପାଙ୍କୁ ଜଣାଇଥିଲେ। ଚେହେରାକୁ ନେଇ ପୂଜାଙ୍କୁ ଲାଞ୍ଛନା ଦିଆଯିବା ବିଷୟରେ ଝିଅ କହିଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି। ଗତ ଜୁନ ୨୨ ତାରିଖରେ ପୂଜାଙ୍କ ଭାଇ ସୁମିତ ଅଗ୍ରୱାଲ ଯାଇ ପୂଜା ଓ ସାନ୍‌ଭିଙ୍କୁ ଘରକୁ ଆଣିଥିଲେ। ମା’ ଓ ବାପା ସମସ୍ୟାର ସମାଧାନ କରିବା ପାଇଁ ଝିଅକୁ ବୁଝାଇଥିଲେ। କିନ୍ତୁ ପୂଜାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବାରୁ ଚାପଗ୍ରସ୍ତ ଥିବା ମାଁ ମୀନା ଲେଖିବା ସହ ୨୯ ତାରିଖ ଜ୍ବାଇଁଙ୍କ ସହିତ କଥାବାର୍ତ୍ତା ହେବା ପରେ ବୁଲିକି ଆସୁଛି କହି ତିନି ବର୍ଷର ଝିଅ ସାନ୍‌ଭିଙ୍କୁ ସ୍କୁଟିରେ ବସାଇ ବାହାରକୁ ନେଇଥିଲେ। ଅନେକ ସମୟ ଧରି ଘରକୁ ନଫେରିବାରୁ ଫୋନରେ ଯୋଗାଯୋଗ କରିବାରୁ ଉତ୍ତର ମିଳିନଥିଲା। ଆଖପାଖରେ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। ଦିନ ସାଢ଼େ ୩ଟାରେ ସଦର ଥାନାର ଜଣେ କର୍ମଚାରୀ ଚାଉଁରପୁର ବ୍ରିଜ ଉପରେ ପୂଜା ନେଇକି ଯାଇଥିବା ଗାଡ଼ି ନମ୍ବର ଓଡ଼ି୧୫ କ୍ୟୁ୩୫୫୬କୁ ଦେଖି ସେମାନଙ୍କୁ ଖବର ​‌େଦଇଥିବା ଏତଲାରେ ଲେଖିଛନ୍ତି। ଏହାପରେ ପୂଜା ନିଖୋଜ ହେବା ନେଇ ଧମା ଥାନାରେ ଅଭିଯୋଗ କରିଥିଲେ। ଶଶ୍ବୁର ଘର ଲୋକେ ଦେଇଥିବା ନିର୍ଯାତନା କାରଣରୁ ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ କରିବା ସହ ଏଥିପାଇଁ ପୂଜାର ସ୍ବାମୀ ଓ ଶାଶୁଙ୍କୁ ମାଁ ମୀନା ଦାୟୀ କରିଛନ୍ତି। ଏତଲାରେ ଘଟଣାର ତଦନ୍ତ କରି ଦୋଷୀ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୂଜାଙ୍କ ମାଁ ଏତଲା ଦେବା ପରେ ଘଟଣାର ତଦନ୍ତ କରାଯାଉଛି ବୋଲି ଧମା ଥାନା ଅଧିକାରୀ ରାଜେଶ୍ବରୀ ଭୋଇ କହିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories