www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଆଁ ମଧ୍ୟରେ ଜୀବିକା ପାଇଁ ସଂଘର୍ଷ

ସମ୍ବଲପୁର (ବିରାଜ ମିଶ୍ର) : ସମ୍ବଲପୁରର ଠେଲକୋପଡା ନିବାସୀ ଶ୍ରୀକାନ୍ତ ବେହେରା। ପେଶାରେ ସେ ଜଣେ ପରିମଳ କର୍ମଚାରୀ। କରୋନା ସଙ୍କଟ ମଧ୍ୟରେ ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ରଖିବାର ଦାୟିତ୍ୱ ସହିତ ନିଜର ଜୀବନ ଜୀବିକା ପାଇଁ ପ୍ରତ୍ୟହ ତାଙ୍କର ସଂଘର୍ଷ ଜାରି ରହିଛି। ମହାନଗର ନିଗମ ଦ୍ୱାରା ସଫେଇ କର୍ମଚାରୀ ଭାବରେ ନିୟୋଜିତ ହୋଇଥିବାରୁ କରୋନା ସଙ୍କଟ ସମୟରେ ବିଳମ୍ବରେ ଦରମା ମିଳିଲେ ମଧ୍ୟ ୬ ଜଣଙ୍କୁ ନେଇ ତାଙ୍କର ପରିବାରର ଭରଣ ପୋଷଣ ହୋଇଯାଉଛି। କିନ୍ତୁ ଏହି ସଙ୍କଟ ଆରମ୍ଭ ହେବା ପରଠାରୁ ଏବେ ଭୟ ଓ ଡର ମଧ୍ୟରେ କାର୍ଯ୍ୟକୁ ଯିବାକୁ ପଡୁଛି। ଯଦି କାର୍ଯ୍ୟକୁ ନ ଗଲେ ଦରମା ବନ୍ଦ ଏବଂ ପରିବାର ପୋଷିବା ଅସମ୍ଭବ। ତେବେ ପ୍ରତ୍ୟହ କାର୍ଯ୍ୟକୁ ଗଲେ, ନିଶ୍ଚିତ ଭାବରେ ଲୋକଙ୍କ ସହିତ ସର୍ମ୍ପକରେ ଆସିବାକୁ ହେଉଛି ଏବଂ କରୋନା ସଂକ୍ରମଣର ଡର ସଦାସର୍ବଦା ଲାଗି ରହୁଛି। ଯଦିଓ ଆମକୁ ନିଗମ ମାସ୍କ ଓ ଗ୍ଲୋଭସ ଦେଉଛି, ହେଲେ ମଧ୍ୟ ସଂକ୍ରମଣର ଆଶଙ୍କା ଲାଗି ରହିଛି। ଏବେ ଆମର ନିକଟସ୍ଥ ଆମ୍ବେଦକର ନଗରକୁ କରୋନା ପହଞ୍ଚି ଯାଇଥିବାରୁ ଆହୁରୀ ଡର ଲାଗୁଛି। କିନ୍ତୁ ପେଟର ଜ୍ୱାଳା ପାଇଁ ଘରେ ନ ରହି ବାଧ୍ୟ ହୋଇ କାର୍ଯ୍ୟକୁ ଯିବାକୁ ପଡୁଛି ବୋଲି ଶ୍ରୀକାନ୍ତ କହିଛନ୍ତି।

ଏହା କେବଳ ଶ୍ରୀକାନ୍ତର ବ୍ୟଥା ନୁହେଁ, ଏହା ହେଉଛି ସମ୍ବଲପୁରର ଅନ୍ୟତମ ପ୍ରମୁଖ ବସ୍ତି ଅଞ୍ଚଳ ଠେଲକୋପଡାର ଜ୍ୱଳନ୍ତ କାହାଣୀ। ଏବେ ସହର ମଧ୍ୟରେ ‘କରୋନା ଆଁ’ କରି ବସିଥିବା ବେଳେ କିନ୍ତୁ ଏହି ବସ୍ତି ଅଞ୍ଚଳର ବାସିନ୍ଦା ମାନେ ଜୀବନ ନିର୍ବାହ କରିବା ପାଇଁ ପ୍ରତ୍ୟହ ସଂଘର୍ଷ କରିବାକୁ ବାଧ୍ୟ ଅଟନ୍ତି। ସକାଳୁ କାର୍ଯ୍ୟକୁ ଗଲେ ଯାଇ ଆୟ ହେବ ଏବଂ ଘରେ ଚୁଲି ଜଳିବ ସ୍ଥିତିରେ ସେମାନେ ଜୀବନ ନିର୍ବାହ କରି ଆସୁଛନ୍ତି। ଏବେ ସହର ମଧ୍ୟରେ କଣ୍ଟାନମେଣ୍ଟ ଜୋନ ଭାବରେ ଘୋଷିତ ଆମ୍ବେଦକର ନଗରର ସୀମା ଓ ଠେଲକୋପଡାର ସୀମା ଲାଗି ରହିଥିବାରୁ ଏହା ଏବେ ‘ବଫର ଜୋନ’ ଭାବରେ ବିବେଚିତ। ପ୍ରାୟ ୫୦୦ ପରିବାରର ରହୁଥିବା ୨ ହଜାରରୁ ଉର୍ଦ୍ଧ ବ୍ୟକ୍ତି ରହୁଥିବା ଏହି ବସ୍ତିରେ ଅଧିକାଂଶ ବ୍ୟକ୍ତି ମହାନଗର ନିଗମର ପରିମଳ ବ୍ୟବସ୍ଥା ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ। ଏହି ବସ୍ତି ଅଞ୍ଚଳର ସିଂହଭାଗ ବ୍ୟକ୍ତି ମହାନଗର ନିଗମ ଦ୍ୱାରା ପରିଚାଳିତ ପରିମଳ ବ୍ୟବସ୍ଥାରେ ଜଡିତ ଥିବା ବେଳେ କିଛି ବ୍ୟକ୍ତି ଡାକ୍ତରଖାନା, ନର୍ସିଂହୋମ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକର ସଫେଇ କର୍ମଚାରୀ, ମୁଦ୍ରଣ ସଂସ୍ଥା ଓ ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ ରହିଛନ୍ତି। ଏଣୁ ପେଟ ପାଟଣ ପାଇଁ ସେମାନେ ପ୍ରତ୍ୟହ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି। କରୋନାକୁ ପ୍ରତିହିତ କରିବା ପାଇଁ ସ୍ୱଚ୍ଛତା, ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ଏକ ପ୍ରମୁଖ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଗ୍ରହଣ କରାଯାଉଥିବା ବେଳେ କିନ୍ତୁ ସହରର ବସ୍ତି ମାନଙ୍କ ମଧ୍ୟରେ କେବଳ ମାସ୍କ ପରିଧାନ ବ୍ୟତିତ ବାକି ବ୍ୟବସ୍ଥା ପ୍ରକୃତ କାର୍ଯ୍ୟକାରିତାର ବହୁ ଦୂରରେ ରହିଛି। ଏହି ପଡାରେ ଘଞ୍ଚ ଜନବସତି ରହିଛି। ଗୋଟିଏ ଛୋଟ ଘରେ ୫ ରୁ ୬ ଜଣ ପର୍ଯ୍ୟନ୍ତ ଖୁନ୍ଦାଖୁନ୍ଦି ହୋଇ ପରିବାର ମାନେ ରହିବାକୁ ବାଧ୍ୟ। ସମସ୍ତ ଘରକୁ ଘର ଲାଗି ରହିଛି ଏବଂ ପରିମଳ ବ୍ୟବସ୍ଥା ଏଠାରେ ସ୍ୱଚ୍ଛ ନୁହେଁ। ଏବେ ବିଶେଷ କରି ବସ୍ତି ଅଞ୍ଚଳ ଗୁଡିକରେ ସଂକ୍ରମଣ ବ୍ୟାପିବାର ଆରମ୍ଭ ହୋଇଥିବା ବେଳେ ଏବେ ଠେଲକୋପଡାବାସୀ ଭୟଭୀତ।

- Advertisement -

ଏବେ ଆମର ପାଖ ଅଞ୍ଚଳ ଆମ୍ବେଦକର ନଗରକୁ କରୋନା ସଂକ୍ରମଣ ପାଇଁ ‘କଣ୍ଟାନମେଣ୍ଟ ଜୋନ’ ଭାବରେ ସିଲ କରାଯାଇଥିବା ବେଳେ ‘ବଫର ଜୋନ’ ଭାବରେ ରହିଥିବା ଠେଲକୋପଡାକୁ ଯେଭଳି ସଂକ୍ରମଣ ନ ବ୍ୟାପିବ, ସେଥିପ୍ରତି ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଉଚିତ ବୋଲି ଅଞ୍ଚଳବାସୀ ଭୋଳା ମହତମ କହିଛନ୍ତି। ଏବେ ବ୍ୟାପକ କଟକଣା ରହିଥିବା ବେଳେ ଆମର ପଡାର ଅଧିକାଂଶ ବ୍ୟକ୍ତି ପରିମଳ କାର୍ଯ୍ୟରେ ନିୟୋଜିତ ହେଉଥିବା ବେଳେ ସଟ ଓ ଲକ ଡାଉନ ସମୟରେ ସେମାନେ ତାଙ୍କର ଡ୍ୟୁଟିକୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ସଂକ୍ରମଣକୁ ପ୍ରତିହିତ ପାଇଁ କଟକଣା ଜରୁରୀ ଅଟେ, କିନ୍ତୁ ବସ୍ତି ଅଞ୍ଚଳର ଦିନ ମଜୁରିଆ ଓ ଖଟିଖିଆ ମାନଙ୍କର ସୁବିଧା ମଧ୍ୟ ସରକାର କରିବା ଉଚିତ ବୋଲି ଭୋଳା କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories