www.samajalive.in
Tuesday, December 9, 2025
16.1 C
Bhubaneswar

କ୍ୱାରେନ୍‌ଟାଇନ ନିୟମ ଉଲଙ୍ଘନ ; ବରିଷ୍ଠ ବୀମା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ସମ୍ବଲପୁର: ବୁଢ଼ାରଜାସ୍ଥିତ ଭାରତୀୟ ଜୀବନବୀମା ନିଗମ ସମ୍ବଲପୁର ଡିଭିଜନ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଇଁଠାପାଲି ଥାନାରେ କ୍ୱାରେନ୍‌ଟାଇନ୍‌ ନିୟମ ଉଲଙ୍ଘନକୁ ନେଇ ମାମଲା ରୁଜୁ ହୋଇଛି। ଏହାସହିତ ସମ୍ପୃକ୍ତ ଅଧିକାରୀ ଓ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ୧୪ ଦିନ ହୋମ୍‌ କ୍ୱାରେନ୍‌ଟାଇନ୍‌ରେ ରହିବାକୁ ନିର୍ଦେଶ ଦିଆଯାଇଛି। ସୂଚନାନୁଯାୟୀ, ଏଲଆଇସିର ଜଣେ ବରିଷ୍ଠ ଅଧିକାରୀଙ୍କ ଝିଅ ଗତ ଜୁନ ୨୫ ତାରିଖ ବିମାନରେ ବେଙ୍ଗାଲୁରୁରୁ ଆସି ସମ୍ବଲପୁର ପହଞ୍ଚିଥିଲେ। ଜିଲା ପ୍ରଶାସନକୁ ନଜଣାଇ ସେ ଡିଭିଜନ ମୁଖ୍ୟାଳୟ ପରିସରସ୍ଥ କ୍ବାଟରରେ ରହୁଥିଲେ। ପରଦିନ ୨୬ ତାରିଖ ସମ୍ପୃକ୍ତ ଅଧିକାରୀ ତାଙ୍କ ବିବାହବାର୍ଷିକୀ ମଧ୍ୟ ଘରେ ପାଳନ କରିଥିଲେ। ସେଥିରେ କିଛି ଅତିଥି ଯୋଗ ଦେଇଥିଲେ। ବେଙ୍ଗାଲୁରୁରୁ ଫେରିଥିବା ଝିଅ ଜଣକ ସହରରେ ବୁଲାବୁଲି କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାପରେ ରବିବାର ଜିଲା ପ୍ରଶାସନ ପକ୍ଷରୁ କ୍ଷମତାପ୍ରାପ୍ତ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଅଧିକାରୀ ମାନସ ସ୍ବାଇଁ ଓ ପୁଲିସ ଫୋର୍ସ ସହ ସ୍ୱାସ୍ଥ୍ୟ କର୍ମୀ ଦଳ ସମ୍ପୃକ୍ତ ଅଧିକାରୀଙ୍କ ଘରେ ପହଞ୍ଚି ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଆସନ୍ତା ୧୪ ଦିନ ହୋମ୍‌ କ୍ୱାରେନ୍‌ଟାଇନ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଶ୍ରୀ ସ୍ବାଇଁଙ୍କ ରିପୋର୍ଟ ଆଧାରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଅଇଁଠାପାଲି ଥାନାରେ କ୍ବାରେନ୍‌ଟାଇନ୍‌ ନିୟମ ଉଲ୍ଲଂଘନ ମାମଲା ଦଫା ୧୮୮, ୨୬୯, ୨୭୦, ୨୭୧/୩୪ ଆଇପିସି, ୩ ଏପିଡେମିକ ଡିଜିଜ୍‌ ଆକ୍ଟରେ ରୁଜୁ କରାଯାଇଛି। ତାଙ୍କ ଘର ସମ୍ମୁଖରେ ଷ୍ଟିକର ଲଗାଯିବା ସହ ଆସନ୍ତା ୧୪ ଦିନ ଯାଏ ପ୍ରତିଦିନ ସ୍ୱାସ୍ଥ୍ୟ କର୍ମୀମାନେ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ଆବଶ୍ୟକସ୍ଥଳେ ସେମାନଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରି ପଠାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories