www.samajalive.in
Saturday, December 6, 2025
14.1 C
Bhubaneswar

ପତ୍ନୀ ଓ ପୁଅ ସହ ସାଂସଦ ଆଜମ ଖାନଙ୍କୁ ମାର୍ଚ୍ଚ ୨ ଯାଏଁ ଜେଲ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ସାଂସଦ ଆଜମ ଖାନ୍, ପତ୍ନୀ ତଜୀନ ଫାତିମା ଏବଂ ପୁଅ ଅବ୍ଦୁଲ୍ଲା ଖାନଙ୍କୁ କୋର୍ଟ ନିର୍ଦେଶରେ ଜେଲ ହୋଇଛି। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଜେଲ ଯିବା ପୂର୍ବରୁ ଏମାନେ ବୁଧବାର କୋର୍ଟରେ ଆତ୍ମସର୍ମପଣ କରିଥିଲେ। ଆଜମ ଖାନ୍ ଏଡିଜେ ୬ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ଆଜମ ଖାନ୍‌ ଦୁଇଟି ଜନ୍ମ ପ୍ରମାଣପତ୍ର ରଖିଥିବା ନେଇ ତାଙ୍କ ନାମରେ ମାମଲା ରହିଛି। ବିଜେପି ନେତା ଆକାଶ ସକସେନା ୨୦୧୯ ଜାନୁଆରୀ ୩ରେ ଆଜମ ଖାନ୍, ପତ୍ନୀ ତଜୀନ ଫାତିମା ଏବଂ ପୁଅ ଅବ୍ଦୁଲ୍ଲା ଖାନଙ୍କ ନାମରେ ଙ୍ଗଜ ଥାନାରେ ମାମଲା ରୁଜୁ କରିଥିଲେ। ଏହା ସହ ଆଜମ ଖାନ୍ ଓ ଏବଂ ପୁଅ ଅବ୍ଦୁଲ୍ଲା ଖାନଙ୍କ ନାମରେ କୋର୍ଟରେ ୮୮ଟି ମାମଲା ଚାଲୁଛି। ମାମଲା ଶୁଣାଣି ନେଇ କୋର୍ଟରେ ହାଜର ହେବା ପାଇଁ ସେମାନଙ୍କୁ ନିର୍ଦେଶ ହୋଇଥିଲେ ମଧ୍ୟ ଆଜମ ଖାନ୍ ବାରମ୍ବାର କୋର୍ଟର ନିର୍ଦେଶକୁ ପ୍ରତ୍ୟାଖାନ୍ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories