www.samajalive.in
Saturday, December 6, 2025
19.1 C
Bhubaneswar

ଅନେକ ସମସ୍ୟାର ସମାଧାନ ପାଇଁ ହସ୍ତରେ ଧାରଣ କରନ୍ତୁ କଇଁଛ ମୁଦି

ଫେଙ୍ଗସୁଇର ବିଭିନ୍ନ ବସ୍ତୁ ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ ବୋଲି କୁହାଯାଏ। ଏହା ବ୍ୟକ୍ତିଙ୍କ ଜୀବନରୁ ନକରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ଆଣିଥାଏ। ଫେଙ୍ଗସୁଇରେ ଯେପରି ଲାଫିଙ୍ଗ ବୁଦ୍ଧ, ବେଙ୍ଗ, କଏନ ଆଦିର ବହୁ ମହତ୍ତ୍ୱ ରହିଛି। ସେଭଳି କଇଁଛ ମୁଦିର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ରତ୍ନ ଓ ଧାତୁରେ ନିର୍ମିତ କଇଁଛ ମୁଦି ଦୁର୍ଭାଗ୍ୟ ଦୂର କରିବା ସହ ବହୁ ସମସ୍ୟା ଦୂର କରିଥାଏ। ଏହାକୁ ସୁଖସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ମଧ୍ୟ କୁହାଯାଏ। ଜାଣନ୍ତୁ ଏହି ମୁଦି ପିନ୍ଧିବା ଦ୍ୱାରା କି ଶୁଭଫଳ ପ୍ରାପ୍ତି ହୋଇଥାଏ……
– କଇଁଛ ମୁଦି ପିନ୍ଧିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
– କଇଁଛକୁ ଲକ୍ଷ୍ମୀଙ୍କ ପ୍ରତୀକ ମଧ୍ୟ କୁହାଯାଏ। ତେଣୁ ଏହାକୁ ଧାରଣ କରିବା ଦ୍ୱାରା ଗୃହରେ ଧନସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
– କଇଁଛକୁ ଶାନ୍ତି ଓ ଧୈର୍ଯ୍ୟର ପ୍ରତୀକ କୁହାଯାଏ। ତେଣୁ ଏହି ମୁଦି ପିନ୍ଧିବା ଦ୍ୱାରା ବ୍ୟକ୍ତିଙ୍କ ଭିତରେ ଧୈର୍ଯ୍ୟ ଓ ଶାନ୍ତି ଆସିଥାଏ।
– କଇଁଛ ମୁଦିକୁ ଚାନ୍ଦିରେ ତିଆରି କରି ପିନ୍ଧିବା ଅଧିକ ଶୁଭଦାୟକ। ଚାନ୍ଦିରେ ପ୍ରସ୍ତୁତ କରି ଏହାକୁ ପିନ୍ଧିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ ବୋଲି ମାନ୍ୟତା ରହିଛି।
– ଏହି ମୁଦିକୁ ହସ୍ତର ଆଙ୍ଗୁଠିରେ ଏପରି ପିନ୍ଧନ୍ତୁ ଯେପରି କଇଁଛର ମସ୍ତିଷ୍କ ଭାଗ ବାହାର ଆଡ଼କୁ ରହିବ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories