www.samajalive.in
Friday, December 12, 2025
27.1 C
Bhubaneswar

ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟବୋଧକୁ ‘ସମାଜ’ର ସ୍ୱତନ୍ତ୍ର ସ୍ୱୀକୃତି

କଟକ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଜ (ସୋସାଇଟି) ପ୍ରତି କର୍ତ୍ତବ୍ୟବୋଧ ଜାଗ୍ରତ କରାଇ ସେମାନଙ୍କୁ ଭବିଷ୍ୟତର ସୁନାଗରିକ ଭାବେ ଗଢିତୋଳିବା ଲକ୍ଷ୍ୟରେ ‘ସମାଜ’ ପକ୍ଷରୁ ଆଉଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଚଳିତ ବର୍ଷ ‘ସମାଜ’ ଶହେ ବର୍ଷରେ ପଦାର୍ପଣ କରୁଥିବାବେଳେ ତାହାର ପ୍ରତିଷ୍ଠାତା ତଥା ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶକୁ ପାଥେୟ କରି ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟଙ୍କ ଅନୁମୋଦନକ୍ରମେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ସାମ୍ପ୍ରତିକ ସମୟରେ କର୍ପୋରେଟ ସୋସିଆଲ ରେସ୍‍ପନସିବିଲିଟି (ସିଏସଆର) ଏକ ବହୁଚର୍ଚ୍ଚିତ ପ୍ରସଙ୍ଗ ହୋଇଥିବାବେଳେ ତାହାର ବହୁପୂର୍ବରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ନିଜର ପାଠପଢା ସମୟରେ ଛାତ୍ରଛାତ୍ରୀ ଏବଂ ସମାଜର ସବୁସ୍ତରର ନାଗରିକମାନେ ଯେଭଳି ସମାଜ ପ୍ରତି ସେମାନଙ୍କର ରହିଥିବା କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହେବେ, ସେଦିଗରେ ପ୍ରୟାସ ଆରମ୍ଭ କରିଥିଲେ। ସେହି ଲକ୍ଷ୍ୟରେ ତାଙ୍କଦ୍ୱାରା ଏକଦା ‘କର୍ତ୍ତବ୍ୟ ବୋଧିନୀ’ ନାମରେ ସମିତି ଗଠନ କରାଯାଇଥିଲା। କେବଳ ଶିକ୍ଷା ଆହରଣ ନୁହେଁ, ତାହାସହିତ ଜଣେ ଛାତ୍ର ବା ଛାତ୍ରୀ ସେ ରହୁଥିବା ପରିବାର ଓ ସମାଜ ପ୍ରତି ସେମାନଙ୍କର କିଭଳି କର୍ତ୍ତବ୍ୟବୋଧ ରହିବା ଦରକାର, ସେମାନେ କିଭଳି ନିଜେ ଶୃଙ୍ଖଳିତ ହୋଇ ଅନ୍ୟପାଇଁ ସହାୟକ ହୋଇପାରିବେ, ତାହା ଥିଲା ଉତ୍କଳମଣିଙ୍କ ଲକ୍ଷ୍ୟ। ଜଣେ ମଣିଷ ଅନ୍ୟର କାମରେ କିଭଳି ଆସିପାରୁଛି, ଅନ୍ୟ ଜଣକୁ ତାଙ୍କର ଦୁର୍ଦ୍ଦିନରେ, ଅସମୟରେ କିଭଳି ସାହାଯ୍ୟ କରିପାରୁଛି, ତାହା ସେ ବହୁବାର କରିଦେଖାଇଛନ୍ତି। ସେ ଥିଲେ ଦୁଃଖି, ଦୀନଜନଙ୍କର ବନ୍ଧୁ। ତାଙ୍କର ସେହି ସେବା, ତ୍ୟାଗ ଓ ସମାଜ ପ୍ରତି କର୍ତ୍ତବ୍ୟବୋଧକୁ ଆଜିର ଛାତ୍ରସମାଜ ମଧ୍ୟରେ ପୁନଃଜୀବିତ କରିବା ଲକ୍ଷ୍ୟନେଇ ଓଡ଼ିଶାର ଅଗ୍ରଣୀ ଦୈନିକ ଖବରକାଗଜ ‘ସମାଜ’ ପ୍ରୟାସ ଆରମ୍ଭ କରିଛି। ପ୍ରତି ବ୍ଲକରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଏଭଳି ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ। ଏହାଦ୍ୱାରା ଅନ୍ୟମାନେ ମଧ୍ୟ ସେମାନଙ୍କ ପଥ ଅନୁସରଣ କରିବାକୁ ପ୍ରୋତ୍ସାହିତ ହେବେ। ଶତବାର୍ଷିକୀ ପାଳନ ଅବସରରେ ଏହା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ‘ସମାଜ’ ଆଶା କରୁଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories