www.samajalive.in
Friday, December 12, 2025
23.1 C
Bhubaneswar

ପଞ୍ଜାବ ସୀମାରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ନିକ୍ଷେପ ଅନୁଧ୍ୟାନ ପାଇଁ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଚଣ୍ଡୀଗଡ: ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିବା ନେଇ ହୋଇଥିବା ଅଭିଯୋଗ ଉପରେ ଅନୁଧ୍ୟାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ନୂଆ ଷଡଯନ୍ତ୍ର ପୂର୍ବକ ଆକାଶ ମାର୍ଗରୁ ଡ୍ରୋନ ସହାୟତାରେ ଅସ୍ତ୍ରଶସ୍ତ୍ର ନିକ୍ଷେପ କରୁଥିବା ଅଭିଯୋଗ ହୋଇଛି। ପାକିସ୍ତାନ ଏହାର ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ଏପରି ମନ୍ଦ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି। ପାକିସ୍ତାନର ଏପରି ମନ୍ଦ କାର୍ଯ୍ୟ ଉପରେ ତଦନ୍ତ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରାୟ ତିନି ଚାରି ସପ୍ତାହ ତଳେ ପାକିସ୍ତାନର ଡ୍ରୋନ ବାୟୁସୀମା ଲଙ୍ଘନ କରି ଭାରତ ସୀମା ମଧ୍ୟକୁ ପ୍ରବେଶ କରିଥିଲା। ପାକିସ୍ତାନ ଡ୍ରୋନ ଭାରତର ପଞ୍ଜାବ ସୀମା ମଧ୍ୟରେ କେତେକ ଅସ୍ତ୍ରଶସ୍ତ୍ର ପକାଇଥିଲା। ପୁଲିସ ୫ଟି ଏକେ ୪୭ ରାଇଫଲ, ପିସ୍ତଲ, ସାଟେଲାଇଟ ଫୋନ, ହ୍ୟାଣ୍ଡ ଗ୍ରେନେଡ ଆଦି ଜବତ କରିଥିଲା। ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଉଦ୍ଦେଶ୍ୟରେ ପାକିସ୍ତାନ ଏପରି କରିଥିବା ପୁଲିସ ଜାଣିବାକୁ ପାଇଛି। ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଦୃଷ୍ଟି ଆକର୍ଷଣ ପୂର୍ବକ ଏହାର ତଦନ୍ତ ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ଦାୟିତ୍ବ ଏନଆଇଏକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଏହା ପଛରେ ଆନ୍ତର୍ଜାତିକ ସଂଗଠନର ସମ୍ପୃକ୍ତି ରହିଛି। ପଞ୍ଜାବ ଡିଜିପି ଦିନାକର ଗୁପ୍ତା କହିଛନ୍ତି ଯେ ଅସ୍ତ୍ରଶସ୍ତ୍ରଗୁଡିକ ପାକିସ୍ତାନ ସୀମାରୁ ଡ୍ରୋନ ମାଧ୍ୟମରେ ଆସିଥିବା ଏହି ଅସ୍ତ୍ରଶସ୍ତ୍ରଗୁଡିକ ପାକିସ୍ତାନ ଆଇଏସଆଇ, ସେନା କିମ୍ବା ଜିହାଦ ସଂଗଠନ ଯୋଗାଇଥିବା ଅନୁମାନ କରାଯାଇଛି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories