www.samajalive.in
Friday, December 12, 2025
23.1 C
Bhubaneswar

ଇକୋ ସେନସିଟିଭ ଜୋନରେ ୧୪୪ ଧାରା ଜାରି ପରେ ବ୍ଲାଷ୍ଟିଂ ମାମଲା ରୁଜୁ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିମିଳିପାଳ ସଂଲଗ୍ନ ବେଆଇନ ପଥର ଖାଦାନମାନଙ୍କରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଉକ୍ତ ଅଞ୍ଚଳରେ ବେଆଇନ ଗତିବିଧି ସମେତ ପଥର ବ୍ଲାଷ୍ଟିଂ ଜାରି ରହିଛି। ଗତ ୨୧ ତାରିଖରେ ବଡପଥରା ପଞ୍ଚାୟତର ବାଲିପାଳ ପଥର ଖାନାରେ ବ୍ଲାଷ୍ଟିଂ କରାଯାଇ ଥିବା ନେଇ ବନ ବିଭାଗର ସୂଚନା ଆଧାରରେ ସ୍ଥାନୀୟ ପୁଲିସ ମଙ୍ଗଳବାର ଏକ ମାମଲା ରୁଜୁ କରିଛି। ବ୍ଲାଷ୍ଟିଂକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଅବାଧରେ ବିସ୍ଫୋରଣ ସାମଗ୍ରୀ ଯୋଗାଣ ହେବା ଓ ସେସବୁକୁ ୧୪୪ ଧାରା ଅଞ୍ଚଳରେ ବ୍ୟବହାର କରାଯିବା ଚିନ୍ତା ଜନକ ବିଷୟ ହୋଇଛି। ସେହିପରି ୧୪୪ ଧାରା ଜାରି ପରେ ଉକ୍ତ ଅଞ୍ଚଳରେ ପଥର ଉତ୍ତୋଳନ କରାଯିବା ଘଟଣାରେ ଖୁଣ୍ଟା ତହସିଲର ସୂଚନା ଆଧାରରେ ଅନ୍ୟ ଏକ ମାମଲା ରୁଜୁ ହେବା ଓ ଜୁରାଡିହି ମାଙ୍କଡା ଖାଦାନରୁ ମାଙ୍କଡା ପଥର ଚାଲାଣ ବେଳେ ଏକ ମିନି ଟ୍ରକ ଧରାପଡିବା ପରେ ତହସିଲ ପକ୍ଷରୁ ଜରିମାନା ଓ ରାଜସ୍ୱ ଆଦାୟ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ଖୁଣ୍ଟା ବ୍ଲକରେ ବେଆଇନ ଭାବେ ଶିମିଳିପାଳ ଇକୋ ସେନସିଟିଭ ଜୋନରୁ ଲଘୁ ଖଣିଜ ଉତ୍ତୋଳନ, ସେସବୁର ଚୋରାଚାଲାଣ, ପଥର ବ୍ଲାଷ୍ଟିଂ, ଅବୈଧ କ୍ରସର ସ୍ଥାପନକୁ ରୋକା ଯିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେହି ଅନୁଯାୟୀ ବ୍ଲକର ବଡପଥରା ଆରଆଇ ସର୍କଲର ବହଳଦା, ଗଭେଇ, ବାଲିପାଳ, ସୁବର୍ଣ୍ଣ ମଞ୍ଜରୀ, ସୋନ ପୋଖରୀ, ଯୋଡିଡିହା, ଡେଙ୍ଗାମ, ଅଣ୍ଡିଆଟିକିରା, ବିପ୍ରଚରଣପୁର ଓ ଭୋଳାଗଡିଆ ଆରଆଇ ସର୍କଲର ଶ୍ରୀରାମପୁର ପଥର ଖାଦାନରେ ଅଗଷ୍ଟ ମାସରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଗତ ଜୁଲାଇ ମାସ ୨୯ ତାରିଖରେ କପ୍ତିପଦା ଉପଖଣ୍ଡ ସ୍ତରୀୟ ବୈଠକରେ ନିଷ୍ପତ୍ତି କ୍ରମେ ଉପଜିଲାପାଳ ଭଗବାନ ବେହେରାଙ୍କ ଚିଠି ନଂ ୨୧୨୭,ତା୮-୮-୨୦୧୯ରେ ଖୁଣ୍ଟା ତହସିଲର ଅଧୀନରେ ଥିବା ଉପରୋକ୍ତ ଗ୍ରାମ ଗୁଡିକର ଖାଦାନ ଅଞ୍ଚଳରେ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ପାଇଁ ଖୁଣ୍ଟା ତହସିଲଦାର ଓ ଖୁଣ୍ଟା ଆଇଆଇସିଙ୍କୁ ନିର୍ଦେଶ ଦେଇଥିଲେ। ଖୁଣ୍ଟା ତହସିଲଦାର, ଖୁଣ୍ଟା ଆଇଆଇସି ନବକଋଷ୍ଣ ନାଏକ, ଡକୁରା ରେଞ୍ଜର ଅନନ୍ତ ଜେନାଙ୍କ ଉପସ୍ଥିତିରେ ସେତେବେଳେ ଉପରୋକ୍ତ ସ୍ଥାନ ମାନଙ୍କରେ ନାଲିପତାକା ଲଗାଯିବା ସହ ଡାକବାଜି ଯନ୍ତ୍ର ସହାୟତାରେ ୧୪୪ ଧାରା ଲାଗୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାତ୍ର ସମୟ ଅତିକ୍ରାନ୍ତ ହେବା ସହିତ ଉପରୋକ୍ତ ଘଟଣାରୁ୧୪୪କୁ ବେଖାତିର କରାଯାଉଥିବା ପ୍ରତିୟମାନ ହେଉଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories