www.samajalive.in
Friday, December 12, 2025
27.1 C
Bhubaneswar

ପନ୍ତ୍‌ଙ୍କୁ ଅଧିକ ସମୟ ମିଳିବା ଉଚିତ୍‌ : ଯୁବରାଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ପସନ୍ଦ ୱିକେଟରକ୍ଷକ ପାଲଟିଥିବା ଋଷଭ ପନ୍ତ୍‌ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନ ଋଷଭ ପନ୍ତ୍‌ ନେବେ ବୋଲି ମନୋନୟନକାରୀଙ୍କ ଠାରୁ ଆରମ୍ଭ କରି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି। ତାଙ୍କୁ ଭାରତୀୟ ଦଳର ବ୍ୟାଟିଂକ୍ରମର ୪ନଂରେ ସୁଯୋଗ ମଧ୍ୟ ଦିଆଯାଉଛି। ତେବେ ସେ ବର୍ତ୍ତମାନ ସୁଦ୍ଧା ଆଖିଦୃଶିଆ ସଫଳତା ପାଇ ପାରି ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପନ୍ତ୍‌ ୪ନମ୍ବର ନୁହେଁ ୫ କିମ୍ବା ୬ନଂରେ ବ୍ୟାଟିଂ କରିବା ଉଚିତ୍‌ ବୋଲି କେତେକ ପୂର୍ବତନ କ୍ରିକେଟର୍‌ ମତ ଦେଇ ସାରିଲେଣି।
ଅନ୍ୟପକ୍ଷରେ ପନ୍ତ୍‌ଙ୍କୁ ୪ନଂ ସ୍ଥାନରେ ସଫଳ ହେବାକୁ ଅଧିକ ସମୟ ମିଳିବା ଉଚିତ୍‌ ବୋଲି ମତ ଦେଇଛନ୍ତି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଯୁବରାଜ କହିଥିଲେ ପନ୍ତ୍‌ ଜଣେ ଆକ୍ରମଣାତ୍ମକ ବ୍ୟାଟସମ୍ୟାନ୍‌। ତେଣୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଫଳ ହେବାକୁ ତାଙ୍କୁ ବେଶ୍‌ କିଛିସମୟ ଲାଗିବ। ତାଙ୍କ ବ୍ୟାଟିଂକ୍ରମ ପରିବର୍ତ୍ତନ କରାଗଲେ ପନ୍ତ୍‌ ନିରୁତ୍ସାହିତ ହୋଇପଡ଼ିବେ। ସେହିପରି ପନ୍ତ୍‌ଙ୍କ ସହ ଦଳୀୟ ମ୍ୟାନେଜମେଣ୍ଟର କେହି ଜଣେ ଆଲୋଚନା କରିବା ଆବଶ୍ୟକ। ପନ୍ତ୍‌ଙ୍କ ମନୋଭାବ ବୁଝି ସେ କେଉଁଥି ପାଇଁ ସଫଳତା ପାଉ ନାହାନ୍ତି ତାହା ନିରୂପଣ କରାଯାଇ ପାରିଲେ ପନ୍ତ୍‌ ଆଗାମୀ ଦିନରେ ନିଶ୍ଚିତ ଭାବେ ସଫଳ ହେବେ।
ଆସନ୍ତା ବର୍ଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବା ବେଳେ ବର୍ତ୍ତମାନ ପନ୍ତ୍‌ ଯେପରି ବ୍ୟାଟିଂ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତୀୟ ଦଳକୁ ଫେରାଇ ଆଣିବାକୁ କେତେକ ମହଲରୁ ଦାବି ହେଉଥିବା ସଂପର୍କରେ ମତ ଦେଇ ଯୁବରାଜ କହିଥିଲେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ବର୍ତ୍ତମାନ ବେଶ୍‌ କିଛି ସମୟ ରହିଛି। ତେଣୁ ଏ ସଂପର୍କରେ ବର୍ତ୍ତମାନ ଠାରୁ ଆଲୋଚନା କରାଯିବାର କୌଣସି ଅର୍ଥ ନାହିଁ। ସେହିପରି ଧୋନି ଓ ପନ୍ତ୍‌ଙ୍କ ମଧ୍ୟରେ ତୁଳନାକୁ ଯୁବରାଜ ନାପସନ୍ଦ କରିଥିଲେ। ଧୋନି ଅନେକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସଫଳତା ପାଇଛନ୍ତି ତେଣୁ ତାଙ୍କ ସ୍ଥାନ ନେବାକୁ ଥିବା କ୍ରିକେଟର୍‌ଙ୍କୁ ମଧ୍ୟ ଭରପୂର ସୁଯୋଗ ମିଳିବା ଉଚିତ୍‌ ବୋଲି ଯୁବରାଜ ସ୍ପଷ୍ଟ କରି ଦେଇଛନ୍ତି। ପନ୍ତ୍‌ ଜଣେ ପ୍ରତିଭାବାନ୍ ବ୍ୟାଟସମ୍ୟାନ୍‌ ଏଥିରେ ସନ୍ଦେହ ନାହିଁ ତେବେ ସେ ଅଧିକାଂଶ ମ୍ୟାଚ୍‌ରେ ବେପରୁଆ ସଟ୍‌ ଖେଳି ଆଉଟ୍ ହେଉଛନ୍ତି। ଏ ସଂପର୍କରେ ତାଙ୍କ ସହ ବରିଷ୍ଠ ଖେଳାଳିମାନେ ଆଲୋଚନା କରି ଉପଯୁକ୍ତ ପରାମର୍ଶ ଦେଲେ ସମସ୍ୟାର ଅନ୍ତ ଘଟିବ ବୋଲି ଯୁବରାଜ ଆଶାବ୍ୟକ୍ତ କରିଛନ୍ତି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories