www.samajalive.in
Sunday, December 7, 2025
14.1 C
Bhubaneswar

ଜନ ବିଶ୍ବାସର ପ୍ରତୀକ ‘ସମାଜ’

କଟକ : ବର୍ଷ ବର୍ଷ ଧରି ‘ସମାଜ’କୁ ଲୋକମାନେ ଗ୍ରହଣ କରିଆସିଛନ୍ତି। ଗାଁଠାରୁ ସହର ସବୁଠି ‘ସମାଜ’ ଲୋକଙ୍କ ନିକଟରେ ପହଞ୍ଚିପାରିଛି। ଏହାର ବିଶ୍ବସନୀୟତା ଏବଂ ଗ୍ରହଣୀୟତା ସବୁବେଳେ ଉଚ୍ଚରେ ରହିଛି। ଯଦି କୌଣସି ଖବର ‘ସମାଜ’ରେ ପ୍ରକାଶ ପାଇଥାଏ, ତାହେଲେ ସେଥିରେ ସତ୍ୟତା ରହିଛି ବୋଲି ଲୋକମାନେ ଗ୍ରହଣ କରିଥାନ୍ତି। ‘ସମାଜ’ ଏକ ଖବରକାଗଜ ନୁହେଁ ଲୋକମାନଙ୍କର ବିଶ୍ବାସର ପ୍ରତୀକ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ‘ସମାଜ’ କାର୍ଯ୍ୟାଳୟକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନ କରିଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ସତ୍ୟବାଦୀ ପ୍ରେସକୁ ବୁଲି ଦେଖିଥିଲେ। ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ନାରୀ ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି। ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ସମ୍ପ୍ରତି ଏକ କୋଟିରୁ ଅଧିକ ମହିଳା ସ୍ବାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଯେଉଁଥିପାଇଁ ଆଗକୁ ‘ସୁଭଦ୍ରା ସମର୍ଥ’ ଯୋଜନା ସରକାର ଆଣିବାକୁ ଯାଉଛନ୍ତି। ଏହାଦ୍ବାରା ମହିଳାଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯିବ। ଏପରିକି ‘ସୁଭଦ୍ରା’କୁ ନୀତି ଆୟୋଗ ସୁଶାସନ ମଡେଲର ମାନ୍ୟତା ଦେଇଥିବା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାର ପଣ୍ଡିତ ଗୋପବନ୍ଧୁ ଦାସ କିଭଳି ନାରୀଶିକ୍ଷା ଏବଂ ନାରୀ ସଶକ୍ତୀକରଣ ଉପରେ କାର୍ଯ୍ୟ କରିଥିବା କହିବା ସହ ‘ସମାଜ’ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ ଏବଂ ଶିଶୁ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ କିଭଳି କାର୍ଯ୍ୟ କରିପାରିବ, ସେଥିନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏ​‌ ଦିଗରେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ପିଏମ୍‌ ସୂର୍ଯ୍ୟଘର ଭଳି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଦ୍ବାରା କିଭଳି ଲୋକମାନେ ଉପକୃତ ହେଉଛନ୍ତି ଏବଂ ଆଗାମୀ ଦିନରେ କୋଣାର୍କକୁ ପିଏମ ସୂର୍ଯ୍ୟଘରରେ ସାମିଲ କରାଯାଇ ସୋଲାର ବ୍ୟବସ୍ଥା କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ। ଏହି ପରିପ୍ରେକ୍ଷୀରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା କୋଷାଧ୍ୟକ୍ଷ ରାଜେନ୍ଦ୍ର ଜେନା, ସଭାପତିଙ୍କ ପରାମର୍ଶଦାତା ରାମନାଥ ଝାଙ୍କ ସମେତ ‘ସମାଜ’ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories