www.samajalive.in
Sunday, December 7, 2025
14.1 C
Bhubaneswar

କାନାଡାରେ ସମ୍ବଲପୁରୀ ଫେସନ ସୋ 

ସମ୍ବଲପୁର  : କାନାଡାର ଟରାନ୍ଟୋ ସହରରେ ସମ୍ବଲପୁରୀ ଫେସନ ସୋ ଆୟୋଜିତ ହୋଇଯାଇଛି । ବିଗତ ୩୦ ତାରିଖରେ କାନାଡା ଓଡିଶା ସୋସାଇଟୀ ଅଫ ଆମେରିକା (କେନୋସା) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କାନାଡାରେ ଜନ୍ମିତ ଭାରତୀୟ ଶିଶୁ ଓ ବାଳକ ବାଳିକା ମାନେ ଅଂଶ ଗ୍ରହଣ କରି ଫେସନ ସୋରେ ସାମିଲ ହୋଇଥିଲେ ।
ଏହି ଅବସରରେ ସମ୍ବଲପୁରୀ ନୃତ୍ୟ, ଗୀତର ଆୟୋଜନ ସହିତ ପ୍ରଜ୍ଞା ଦାଶ ଫେସନ ସୋକୁ କୋରିଓଗ୍ରାଫ କରିଥିଲେ । ସମ୍ବଲପୁରର ‘ସମ୍ବଳିକା’ ଫେସନ ଡିଜାଇନର ସମୀତ କର ଫେସନ ସୋ ପାଇଁ ସ୍ୱତନ୍ତ୍ର ସମ୍ବଲପୁରୀ ପୋଷାକ ଡିଜାଇନ କରି କାନାଡାକୁ ପ୍ରେରଣ କରିଥିଲେ, ଯାହା ଉଚ୍ଚ ପ୍ରଶଂସିତ ହୋଇଥିଲା । ବର୍ଷା ପ୍ରିୟଦର୍ଶିନୀ ମିଶ୍ର ଓ ଜ୍ୟୋତ୍ସ୍ନା ପୁରୋହିତଙ୍କ ସଂଯୋଜନା ଓ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ନମିଶ ପାଣିଗ୍ରାହୀ, ସୁନ୍ଦରଗଡର ୟଶିକା ପୁରୋହିତ, ଅନାୟାରା ପୁରୋହିତ, ଧ୍ରୁବ ପଟେଲ, ସମ୍ରତା ଦାସ, ଆଶ୍ରୟା ମିଶ୍ର, ମିଶିକା ମହାନ୍ତି, ଅୟାଂଶ ପଣ୍ଡା, ଦେବାଙ୍ଗୀ ନନ୍ଦ, ଶୁତି ସିଂ, ଶିଭମ ବେହେରା, ତନଭୀ ରାଓ, ପ୍ରିୟାଂଶୀ ସାହୁ, ସାନଭୀ ନାୟକ, ଅଦ୍ୱିକ ରାଉତ, ଆରାଧ୍ୟା ନାୟକ, ମେଧାଂଶ ମିଶ୍ର ଓ ପ୍ରତିକ୍ଷା ପାଣିଗ୍ରାହୀ ପ୍ରମୁଖ ସମ୍ବଲପୁରୀ ପୋଷାକ ପରିଧାନ କରି ରାମ୍ପରେ ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ନିୟମିତ ବିଭିନ୍ନ ଓଡିଆ ସଂସ୍କୃତିର ପ୍ରଚାର ନିମନ୍ତେ ପର୍ବପର୍ବାଣି ଆଦି ଆୟୋଜିତ ହେଉଥିବା ବେଳେ ପ୍ରଥମ ଥର ପାଇଁ କାନାଡାର ଟରାନ୍ଟୋ ସହରରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories