www.samajalive.in
Sunday, December 7, 2025
23.1 C
Bhubaneswar

ସାତଜନ୍ମର ସାଥୀ ହେବେ ଅନନ୍ୟା ଦାସ ଓ ଚଞ୍ଚଳ ରଣା

ସମ୍ବଲପୁର : ପଡ଼ିବ ହାତଗଣ୍ଠି, ସାତଜନ୍ମର ସାଥୀ ହେବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । ଗତକାଲି ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ । ସମ୍ବଲପୁର ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ରୀତିନୀତି ଅନୁଯାୟୀ ନିର୍ବନ୍ଧ ଶେଷ ହୋଇଥିଲା। ଖୁବ କମ ସରକାରୀ ଅଧିକାରୀ ତଥା ପରିବାର ଲୋକଙ୍କ ଗହଣରେ ଏହି ନିର୍ବନ୍ଧ କରାଯାଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପରିବାର ଲୋକେ ଶନିବାର ଠାରୁ ସମ୍ବଲପୁରରେ ଉପସ୍ଥିତ ରହିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କ ପରିବାର ଲୋକେ ମଧ୍ୟ ସମ୍ବଲପୁରରେ ଉପସ୍ଥିତ ରହିଥିଲେ । ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ କଚେରୀ ନିକଟସ୍ଥ ସରକାରୀ ବାସଭବନରେ ନିର୍ବନ୍ଧ ଅତି ନିରାଡ଼ମ୍ବର ଭାବରେ କରାଯାଇଥିଲା । ଏହି ଯୋଡି଼ ଗତକାଲି ସମ୍ବଲପୁରର ଏକ ସୁନା ଦୋକାନକୁ ଯାଇ ସୁନା ଗହଣା କିଣିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଉଭୟ ଜିଲ୍ଲାପାଳ ପୂର୍ବରୁ ବିବାହ କରି ସାରିଥିବା ବେଳେ ଏହା ସେମାନଙ୍କର ଦ୍ଵିତୀୟ ବିବାହ ଅଟେ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତମାନର ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପୂର୍ବରୁ ବର୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମତଭେଦ କାରଣରୁ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା ।

- Advertisement -

କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ସେମାନେ ବିବାହ ନେଇ ସ୍ଥିର କରିଥିଲେ । ଏହି ନିର୍ବନ୍ଧ କାର୍ୟ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନର୍ବଣେ ଓ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଉପସ୍ଥିତ ରହିଥିଲେ । ଚଳିତ ସମ୍ବଲପୁର ଲୋକ ମହୋତ୍ସବ ୨୦୨୩ ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ସମ୍ବଲପୁର ଆସିଥିବା ନେଇ ସୂଚନା ରହିଛି । ସୂଚନା ଥାଉ କି, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆସାମର ଝିଅ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଓଡି଼ଶାର ବାସିନ୍ଦା ଅଟନ୍ତି । ତେବେ ଖୁବଶୀଘ୍ର ଏହି ଜିଲ୍ଲାପାଳ ଯୋଡି଼ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଜଣାପଡି଼ଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories