www.samajalive.in
Monday, December 15, 2025
26.1 C
Bhubaneswar

ପାକିସ୍ତାନ ମୋତେ ଘର ଭଳି ଅନୁଭବ ହେଲା- ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ କଂଗ୍ରେସ (ଆଇଓସି)ର ସଭାପତି ସାମ ପିଟ୍ରୋଡାଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି। ପିଟ୍ରୋଡା କହିଛନ୍ତି ଯେ ‘ମୁଁ ପାକିସ୍ତାନ, ବାଂଲାଦେଶ ଓ ନେପାଳ ଯାଇଥିବାବେଳେ ସେଠାରେ ନିଜକୁ ଘରେ ଥିବା ଭଳି ଅନୁଭବ କରିଥିଲି। ଏହିସବୁ ଦେଶରେ ଥିବାବେଳେ ମୁଁ ବିଦେଶରେ ଥିବା ଭଳି ଅନୁଭବ କରି ନଥିଲି। ଏହିସବୁ ଦେଶର ଲୋକ ମୋ ଭଳି ଦେଖାଯାଉଛନ୍ତି, ମୋ ଭଳି କଥାବାର୍ତ୍ତା କରୁଛନ୍ତି ଓ ମୋ ଭଳି ଖାଉଛନ୍ତି। ତେଣୁ ସେମାନଙ୍କ ସହିତ ଶାନ୍ତି ଓ ସଦ୍‌ଭାବନାର ସହିତ ବଞ୍ଚିବାର କଳା ଆମେ ଶିକ୍ଷା କରିବା ଉଚିତ୍‌।’ ପିଟ୍ରୋଡା କହିଛନ୍ତି ଯେ ଏହିସବୁ ଦେଶ ଛୋଟ ହୋଇଥିବାରୁ ସେମାନଙ୍କୁ ଆମର ସହାୟତା ଦରକାର।

ସେମାନେ ଏବେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ତେଣୁ ସେମାନଙ୍କ ସହିତ ଲଢେଇ କରାଯିବା ଠିକ୍ ନୁହେଁ। ଅବଶ୍ୟ ଏଠାରେ ଆତଙ୍କବାଦ ଭଳି ସମସ୍ୟା ରହିଛି। ପିଟ୍ରୋଡାଙ୍କ ଏପରି ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି। ବିଜେପି ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ କଂଗ୍ରେସ ଦଳ ଓ ଏହାର ସରକାର ପାଇଁ ପାକିସ୍ତାନ ପ୍ରିୟପାତ୍ର ଥିଲା। ସେଥିପାଇଁ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ତତ୍କାଳୀନ ୟୁପିଏ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହା ସହିତ ଆତଙ୍କବାଦ ଅଧ୍ୟୁଷିତ ରାଷ୍ଟ୍ର ସହିତ ପିଟ୍ରୋଡାଙ୍କ ଘନିଷ୍ଠତା ଥିବା ପ୍ରମାଣିତ ହେଉଛି। ଏପରି କି ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସପକ୍ଷରେ ପିଟ୍ରୋଡା ଏପରି ମନ୍ତବ୍ୟ ଦେବା କଂଗ୍ରେସ ଦଳର ଆତଙ୍କବାଦ ପ୍ରତି ସମର୍ଥନ ଥିବା ସୂଚିତ କରୁଛି। ଅପରେସନ ସିନ୍ଦୂରରେ ପାକିସ୍ତାନକୁ ଭାରତ କଡା ଜବାବ ଦେବା ପରେ କୌଣସି ଭାରତୀୟ ପାକିସ୍ତାନକୁ ଏପରି ପ୍ରଶଂସା କରିପାରିବ ନାହିଁ। ଗାନ୍ଧୀ ପରିବାର ସହିତ ଘନିଷ୍ଠତା ଥିବା ପିଟ୍ରୋଡାଙ୍କ ଏପରି ମନ୍ତବ୍ୟ କଂଗ୍ରେସ ଦଳର ବାସ୍ତବ ମନୋଭାବକୁ ସୂଚିତ କରୁଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories