www.samajalive.in
Monday, December 15, 2025
26.1 C
Bhubaneswar

ବୟସ ଅନୁସାରେ କରନ୍ତୁ ଲୁଣ ଓ ଚିନିର ଉପଯୋଗ

ସୁଆଦିଆ ଖାଦ୍ୟ ପ୍ରତି କାହାର ବା ଲୋଭ ନ ଆସେ? ଏସବୁ ଭୋଜନରେ ଲୁଣ ଓ ଚିନିର ପରିମାଣ ସାମାନ୍ୟ ଅଧିକ ଥାଏ । ତେବେ ଜାଣିରଖିବା ଉଚିତ ଯେ ନିଜ ବୟସ ଅନୁସାରେ ହିଁ ଚିନି-ଲୁଣର ଉପଯୋଗ ଖାଦ୍ୟରେ କମ୍ କରିବା ହିଁ ଉଚିତ । ବଲିଉଡ ତାରକା ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଐଶ୍ବର୍ୟ୍ୟା ରାୟ, କରୀନା କପୁର ଖାନ୍, ନିଜ ଦୈନନ୍ଦିନ ଖାଦ୍ୟରେ ଚିନିର ବ୍ୟବହାର ଆଦୌ କରନ୍ତି ନାହିଁ । ଏହା ହିଁ ସେମାନଙ୍କ ଫିଟ୍ ରହିବାର ପ୍ରମୁଖ ରହସ୍ୟ । ଦିଲ୍ଲୀର ନାମକରା ବିଶେଷଜ୍ଞ ଡାକ୍ତର ସିଲେଶ୍ ତିୱାରୀ ବୟସ ଅନୁଯାୟୀ ଲୁଣ ଓ ଚିନିର ଉପଯୋଗିତାକୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛନ୍ତି ।

– ବର୍ଷକରୁ ୩ ବର୍ଷର ପିଲା ଦୈନିକ ଅତିବେଶୀରେ ୨.୫ ମିଲିଗ୍ରାମ୍ ଲୁଣ ଖାଇବା ସହ ଚିନି ଆଦୌ ନ ଖାଇବା ଭଲ ।

- Advertisement -

– ୪ ରୁ ୮ ବର୍ଷର ପିଲା ୩ ଗ୍ରାମ୍ ଲୁଣ ବିଭିନ୍ନ ବ୍ୟଞ୍ଜନ ଉପଯୋଗରେ ଖାଇବା ସହ ଚିନି ନିୟମିତ ୧ ଚାମଚ ହିଁ ଖାଇବା ଭଲ ।

– ୯ ବର୍ଷରୁ ୫୦ ବର୍ଷ ବୟସର ବୟସ୍କମାନେ ୩.୭୫ ମିଲିଗ୍ରାମ୍ ଲୁଣ ଓ ୩ ଚାମଚ ଚିନି ଖାଇବା ଭଲ ।

– ୫୦ ବର୍ଷରୁ ଅଧିକ ବୟସ୍କ ଲୋକେ ନିଜ ଖାଦ୍ୟପେୟ ବାବଦରେ ସଚେତନ ହେବା ନିତାନ୍ତ ଜରୁରୀ । ଖୁବ୍ କମ୍ ମାତ୍ରାରେ ଲୁଣ ଓ ଚିନିର ଉପଯୋଗରେ ଏମାନେ ଖାଦ୍ୟ ଖାଇବା ଉଚିତ ।

– ଲୁଣ ଓ ଚିନିର ଉପଯୋଗ ପ୍ରତି ସଚେତନ ନ ହେଲେ ଆଗାମୀ ଦିନରେ ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories