ମୁମ୍ବଇ: ନିକଟରେ ଏକ ସାକ୍ଷାତକାର୍ରେ କ୍ୟାଟ୍ରିନା କେଫ୍ କହିଛନ୍ତି, ବଲିଉଡରେ ତିଷ୍ଠିବା ଆଦୌ ସହଜ ନୁହେଁ। ହେଲେ ଏଥିପାଇଁ ତାଙ୍କୁ ସାହାଯ୍ୟ କରିଥିଲେ ସଲମାନ୍ ଓ ତାଙ୍କ ପରିବାର। ଦୁହିଁଙ୍କ ବନ୍ଧୁତା ଇତିମଧ୍ୟରେ ୧୬ ବର୍ଷ ଅତିକ୍ରାନ୍ତ କରିଥିବାବେଳେ ପ୍ରଥମଥର ସେମାନେ ଏକତ୍ର ୨୦୦୫ରେ ‘ମେନେ ପ୍ୟାର୍ କ୍ୟୁଁ କିୟା’ରେ ଏକତ୍ର ଅଭିନୟ କରିଥିଲେ। ଦୁହେଁ ଶେଷଥର ‘ଭାରତ’ରେ ଏକାଠି କାମ କରିଛନ୍ତି। କ୍ୟାଟ୍ରିନା କହିଛନ୍ତି, ମଝିରେ କିଛି ବର୍ଷ ସେ ସଲମାନ୍ଙ୍କ ସହ ସମ୍ପର୍କ ରଖିନଥିଲେ। ଏହା ପଛର କାରଣ ସମସ୍ତଙ୍କୁ ଜଣା ସେ ବୋଲି ହସିହସି କହିଛନ୍ତି। ଯେଉଁ ମୁହୂର୍ତ୍ତରେ ସେ ଅନୁଭବ କରିଥିଲେ, ସେ ଭୁଲ୍ କରୁଛନ୍ତି ସଲମାନ୍ଙ୍କୁ ଫୋନ୍ କରିଥିଲେ। ବିନା କୌଣସି ଯୁକ୍ତିରେ ସଲମାନ୍ ତାଙ୍କର ସବୁ କଥା ଶୁଣିବା ସହ ବନ୍ଧୁତ୍ବର ହାତ ବଢ଼ାଇଥିଲେ। ଜଣେ ଭଲ ବନ୍ଧୁ ସଲମାନ୍ ଦାୟିତ୍ବବାନ୍ ପୁଅ ମଧ୍ୟ। ମା-ବାପାଙ୍କ ପାଖରେ ସେ ସବୁବେଳେ ଛାଇ ପରି ରହିଥାନ୍ତି ବୋଲି କହିଛନ୍ତି କ୍ୟାଟ୍ରିନା।
Popular Categories



