www.samajalive.in
Saturday, December 6, 2025
15.1 C
Bhubaneswar

ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜନ୍ମ ଜୟନ୍ତୀ ଅବସରରେ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ :  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜନ୍ମ ଜୟନ୍ତୀ ଅବସରରେ ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସତ୍ୟବାଦୀ ସେବା ଟ୍ରଷ୍ଟ ତରଫରୁ ରକ୍ତଦାନ, ବୃକ୍ଷ ରୋପଣ, ଚିତ୍ରାଙ୍କନ ପ୍ରତିଯୋଗିତା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, କୋରାପୁଟର କୁଳପତି ଚକ୍ରଧର ତ୍ରିପାଠୀ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । କେନ୍ଦ୍ରାପଡ଼ା ବ୍ଲଡ଼ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା। ସ୍ଥାନୀୟ ଉତ୍ସାହି ଯୁବକ ଓ ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରିଥିଲେ । କାଦୁଆ ଆଶ୍ରମ ପରିସରରେ ବଉଳ ଓ ଗୁଆ ଚାରା ରୋପଣ କରା ଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଉତ୍କଳମଣିଙ୍କ ଫଟୋ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ପୁରୀ ଜିଲ୍ଲାର ପ୍ରାୟ ୫୦ ଜଣ କବି ଓ କବୟିତ୍ରୀ ଉତ୍କଳମଣି ଗୋପବନ୍ଧୁ ଦାସ ଓ ବକୁଳ ବନ ଉପରେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।
ସତ୍ୟବାଦୀ ସେବା ଟ୍ରଷ୍ଟର ସଭାପତି ସୁଦର୍ଶନ ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, ନୀଳକଣ୍ଠ ବାରିକ, ଉପେନ୍ଦ୍ର କୁମାର ବିଶ୍ୱାଳ, ବଦ୍ରି ନାରାୟଣ ମିଶ୍ର, ସତ୍ୟବାଦୀ ଦାସ, ନବଘନ ଶତପଥି, ବିଜୟ କୁମାର ପରିଡା, ରବୀନ୍ଦ୍ର ନାଥ ଷଡ଼ଙ୍ଗୀ,ଜୟଶ୍ରୀ ମହାପାତ୍ର, ଟିକିନା ମିଶ୍ର, କାଜଲ ମହାପାତ୍ର ଓ ରୀତା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ରଥ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories