www.samajalive.in
Saturday, December 6, 2025
15.1 C
Bhubaneswar

ବଲାଙ୍ଗିର ବ୍ଲକରେ ଲୋକସେବା ଶିବିର

ବଲାଙ୍ଗିର : ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ ଶିବାତଲା ପଞ୍ଚାୟତରେ ଲୋକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସରକାରଙ୍କ ବିଭିନ୍ନ ବିଭାଗ ଦ୍ଵାରା ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ସେବା ଓ ସହାୟତା ସମ୍ପର୍କରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ତୃଣମୂଳ ସ୍ତରରେ ସେବା ଓ ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଚେତନତା ସୃଷ୍ଟି କରାଯାଇଥିଲା । ଉକ୍ତ ଶିବିରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପଶୁ ପାଳନ, ଶ୍ରମ, କୃଷି ଓ ଉଦ୍ୟାନ, ଦକ୍ଷତା ବୃଦ୍ଧି ଓ ତାଲିମ ପ୍ରଦାନ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତ ଓ ପାନିୟ ଜଳ ଯୋଗାଣ, ମିଶନ ଶକ୍ତି, ଖାଦ୍ୟ ଓ ବେସାମରିକ ଯୋଗାଣ, ହନ୍ତସନ୍ତ, ଶିକ୍ଷା, ଗ୍ରାମୀଣ ଆବସ ଯୋଜନା ଆଦି ବିଭାଗର ବ୍ଲକ ତଥା ଜିଲା ପଦାଧିକାରୀ ଯୋଗଦାନ କରି ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ଗୀତ, ନାଟ୍ୟ, ଲିଫ୍‌ଲେଟ୍‌ ଜରିଆରେ ପ୍ରଚାର ପ୍ରସାର ତଥା ଜନ ସାଧାରଣଙ୍କୁ ଅବଗତ କରାଇଥିଲେ ।
ଉକ୍ତ ଶିବିରକୁ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ପରିଦର୍ଶନ କରି ସମସ୍ତ ବିଭାଗର ଷ୍ଟଲମାନ ବୁଲି ଦେଖିଥିଲେ। ବିଭାଗୀୟ କର୍ମକର୍ତ୍ତାଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ ପରାମର୍ଶ ଦେଇଥିଲେ । ଉକ୍ତ ଶିବିରକୁ ଶିବତଲା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଭଶାନ୍ତି ମାଝୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରିିିତା ବାଗ ତଥା ପଞ୍ଚାଯତ ସମିତିର ପୂର୍ବତନ ଅଧକ୍ଷ୍ୟ ଗୋଲାପ ବାଗଙ୍କ ତତ୍ୱାବଧାନରେ ଆୟୋଜନ କରାଇଯାଇଥିଲା। ଏଥିରେ ଶିବତଲା ଗ୍ରାମ ପଞ୍ଚାୟତର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ସହଯୋଗ କରିଥିଲେ । ବ୍ଲକ ଉପାଧ୍ୟକ୍ଷାଙ୍କ ସମେତ ବଲାଙ୍ଗିର ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ଜୋନ ୨୩ ସହଯୋଗ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତମ କୁମାର ତନ୍ତୀଙ୍କ ସହ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାମୋଦର ଦାଶ ଓ ଅନ୍ୟାନ୍ୟ ସଂପ୍ରସାରଣ ଅଧିକାରୀ, ବ୍ଲକ କର୍ମଚାରୀ, ମହିଳା ଓ ଶିଶୁ ବିକାଶ ଅଧିକାରୀ, ସୁପରଭାଇଜର, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ କୁମାର ତ୍ରିପାଠୀ, କୃଷ୍ଣଚନ୍ଦ୍ର ବେହେରା, ଉପେନ୍ଦ୍ର ରଣା, ଗ୍ରାମ ପଞ୍ଚାୟତ କର୍ମଚାରୀ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ତଥା ଶିବତଲା ଓ ଆଖପାଖ ଗ୍ରାମର ଜନ ସାଧାରଣ ସହଯୋଗ କରି ଥିଲେ । ଏପରି ଆଗକୁ ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଲୋକ ସେବା ଶିବିର ଅନୁଷ୍ଠିତ କରି ଲୋକମାନଙ୍କ ପାଖରେ ବ୍ଲକ ପ୍ରଶାସନ ପହଞ୍ଚିବାକୁ ଅଧ୍ୟକ୍ଷା  ବାଗ ମତବ୍ୟକ୍ତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଶିବିରକୁ ଉଦ୍‌ଯାପିତ କରାଯାଇଥିଲା । ଶେଷରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଜିଲାପାଳ ଶିବତଲା ହରଗୌରୀ ମନ୍ଦିରରେ ବୃକ୍ଷ ରୋପଣ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories