www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରଥମ ସମନ୍ୱୟ ବୈଠକରେ ଜିଲା ପ୍ରଶାସନର ନିଷ୍ପତ୍ତି

ସୁଆଣ୍ଡୋ/ସାକ୍ଷିଗୋପାଳ : ଆଗାମୀ ୧୭ ତାରିଖ ଶନିବାର ଅଁଳାନବମୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ଅନୁଷ୍ଠିତ ହେବ। ତେବେ ଏଥର ରାଧା ପାଦ ସ୍ପର୍ଶ ଉପରେ ପ୍ରଶାସନ କଟକଣା ଲାଗୁ କରିଛି। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ରାଧାପାଦ ସ୍ପର୍ଶ ଓ ଭିଆଇପି ପାସ୍‍ ବ୍ୟବସ୍ଥାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଭକ୍ତମାନେ ପୂର୍ବ ପରି ଠାକୁରାଣୀଙ୍କୁ ଦର୍ଶନ କରିପାରିବେ। ଶନିବାର ଏ ନେଇ ସ୍ଥାନୀୟ ପାନ୍ଥଶାଳା ପରିସରରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଦେବନୀତି, ଗମନାଗମନ ଓ ଯାନବାହନ ନିୟନ୍ତ୍ରଣ, ବାରିକେଡ୍‍ ନିର୍ମାଣ, ଅସ୍ଥାୟୀ ଶୌଚାଳୟ, ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ସୁବିଧା, ଆଇନ ଶୃଙ୍ଖଳା, ରାସ୍ତା ମରାମତି, ସ୍ୱାସ୍ଥ୍ୟ ପରିମଳ, ପାନୀୟଜଳ, ବିଦ୍ୟୁତ, ମନ୍ଦିର ସୌନ୍ଦର୍ଯ୍ୟକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏଥିରେ ସଭାପତିତ୍ୱ କରିଥିଲେ। ଜିଲାପାଳ ଜ୍ୟୋତି ପ୍ରକାଶ ଦାଶ, ଦେବୋତ୍ତର କମିଶନର ଗିରିଜା ପ୍ରସାଦ ଦତ୍ତ, ଏଡିଏମ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍‍ପି ପ୍ରତାପ କୁମାର ସ୍ୱାଇଁ, ଏସ୍‍ଡିପିଓ ଦିଲୀପ କୁମାର ତ୍ରିପାଠୀ, ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରସନ୍ନ ସାମନ୍ତରାୟ, ବିଡିଓ ଡ. ଗୌରବମୟ ପ୍ରଧାନ, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ, ଅତିରିକ୍ତ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ କୁମାର ଜେନା, ସତ୍ୟବାଦୀ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ସ୍ୱାଇଁ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଏହି ପବିତ୍ର ଗଣପର୍ବକୁ ସରସ ସୁନ୍ଦର ଓ ଶୃଙ୍ଖଳିତ ପରିଚାଳନା ପାଇଁ ବିଭାଗୀୟ ଯନ୍ତ୍ରୀ, ସେବାୟତ, ସ୍ୱେଚ୍ଛାସେବୀମାନଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରୁ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଅଁଳାନବମୀ ପର୍ବ ପାଇଁ ବୈଠକ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ଅଁଳାନବମୀଠାରୁ ବଡ ଏକାଦଶୀ ପର୍ଯ୍ୟନ୍ତ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ କରାଯିବ। ଆସନ୍ତା ବୈଠକ ୧୩ ତାରିଖ ଦିନ ଅପରାହ୍ଣରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ବର୍ଷ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories