www.samajalive.in
Saturday, December 6, 2025
16.1 C
Bhubaneswar

ସାରଙ୍ଗଯୋଡି ବଜାରସ୍ଥିତ ଗୋପବନ୍ଧୁ ମଣ୍ଡପରେ ଉତ୍କଳମଣିଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ

ସାକ୍ଷୀଗୋପାଳ : ଆଜି ପୂର୍ବାହ୍ନରେ ସାରଙ୍ଗଯୋଡି ବଜାରସ୍ଥିତ ଗୋପବନ୍ଧୁ ମଣ୍ଡପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ଦିବସ ଅବସରରେ ଉତ୍କଳମଣିଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଛି। ଲୋକକଳା ଗ୍ରାମସାରଙ୍ଗଯୋଡିର ଦୁଇ ଅଗ୍ରଣୀ କଳା ଅନୁଷ୍ଠାନ ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟ ନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦର ମିଳିତ ଉଦ୍ୟମରେ ଗୋପବନ୍ଧୁ ମଣ୍ଡପରେ କରୋନା କଟକଣା ନିୟମାନୁଯାୟୀ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ଗୋପବନ୍ଧୁଙ୍କୁ ମାଲ୍ୟାର୍ପଣ ଓ ଦୀପଦାନ ପରେ ସଂକୀର୍ତ୍ତନ ଓ ଦାସକାଠିଆ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତାର ପ୍ରତୀକାତ୍ମକ ପ୍ରଦର୍ଶନ କରା ଯାଇଥିଲା। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସମାଜସେବୀ ଲିଙ୍ଗରାଜ ସାହୁ, ଲକ୍ଷୀଧର ମିଶ୍ର, ଦୁର୍ଗେଶ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ପଲେଇ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଜିଲ୍ଲାପରିଷଦ ସଭ୍ୟ ଧୃବଚରଣ ଦାସ ପ୍ରମୁଖ ଯୋଗଦାନ କରି ଉତ୍କଳମଣିଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ବରିଷ୍ଠ ସଂକୀର୍ତ୍ତନ କଳାକାର ପୂର୍ଣ୍ଣଚନ୍ଦ୍ର ବାରିକ, ଧୁରନ୍ଧର ପ୍ରଧାନ, ମୃଦଙ୍ଗ ଗୁରୁ କୁଳମଣୀ ବିଶ୍ବାଳ , ଦାସକାଠିଆ ଗୁରୁ ଭାସ୍କର ସ୍ବାଇଁ ଓ ଧୁଳି ବରାଳ ପ୍ରଭୃତି ସ୍ବକଳା ପ୍ରଦର୍ଶନ କରିଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories