www.samajalive.in
Sunday, December 7, 2025
23.1 C
Bhubaneswar

ସାଇବର ସଚେତନତା କର୍ମଶାଳା

ସାକ୍ଷୀଗୋପାଳ: ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଆଜି ଟେଲିକମ ରେଗୁଲେଟରୀ ଅଥରିଟ ଅଫ ଇଣ୍ଡିଆ ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସାଇବର ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ସଚେତକ ଭାବରେ ଟେଲିକମ କମ୍ପାନୀ ଭୁବନେଶ୍ୱରର ଉପସଭାପତି ବିଜୟ ଭୂଷଣ ପାଣ୍ଡେ ଯୋଗ ଦେଇଥିଲେ। ଶ୍ରୀ ପାଣ୍ଡେ ତାଙ୍କ ଅଭିଭାଷଣରେ ସାଇବର ସିକ୍ୟୁରିଟିର ନୀତିନିୟମ ତଥା ମୋବାଇଲ ଫୋନର ଓଟିପି କାହାରିକୁ ନଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସାଇବର ଠକମାନେ କିପରି ବନିସରେ ଛୋଟ ମାଛ ଗୁନ୍ଥି ବଡ଼ ମାଛ ଧରିଲା ପରି ଆମମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଠକି ନେଇଯାଆନ୍ତି, ଗୁଗୁଲ ପେ ଓ ଫୋନ ପେ ମାଧ୍ୟମରେ ହେଉଥିବା ବିଭିନ୍ନ ପ୍ରକାର ସାଇବର ଲୁଟ ବିଷୟରେ ବୁଝାଇବା ସହିତ ସେହି ସାଇବର ଲୁଟ ଠାରୁ କିପରି ସୁରକ୍ଷିତ ରହିବ ସେ ସମ୍ବନ୍ଧ ରେ ପିଲାମାନଙ୍କୁ ସଚେତନ କରାଇଥିଲେ। ସେହିପରି ଟେଲିକମ କମ୍ପାନୀର ନିର୍ଦ୍ଦେଶକ ଶ୍ରୀ କୃଷ୍ଣlନନ୍ଦ ରାୟ ଏଟିଏମ ଡେବିଟ କାର୍ଡ ଏବଂ କ୍ରେଡିଟ କାର୍ଡର ନମ୍ବର ଅନ୍ୟକୁ ନଦେବା ପାଇଁ ନିଜ ଅଭିଭାଷଣରେ ଉପସ୍ଥାପିତ କରିଥିଲେ। ମହାବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ତଥା ସାମ୍ବାଦିକ ବନ୍ଧୁମାନଙ୍କ ଗହଣରେ ସାଇବର ଅପରାଧ, ନୀତି, ନିୟମ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଜାତୀୟ ସେବା ଯୋଜନାର ଅଧିକାରୀ ପ୍ରଫେସର ରତ୍ନାକର ସାହୁ ସଂଚାଳନ କରିଥିଲାବେଳେ ଟେଲିଫୋନ ରେଗୁଲେଟାରୀ ଅଥରିଟି ଅଫ ଇଣ୍ଡିଆ ର ମୁଖ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନକରିଥିଲେ ଏବଂ ପରିଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଡ଼ଃ ଶଙ୍କର୍ଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories