www.samajalive.in
Saturday, December 6, 2025
14.1 C
Bhubaneswar

ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଛତିଶଗଡ ରାଜ୍ୟପାଳ

ସାକ୍ଷୀଗୋପାଳ: ଛତିଶଗଡ ରାଜ୍ୟପାଳ ମହାମହିମ ବିଶ୍ୱ ଭୂଷଣ ହରିଚନ୍ଦନ ପୁରୀରୁ ଭୁବନେଶ୍ୱର ଯିବା ଅବସରରେ ରାତି ୯ଟା ସମୟରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡସ୍ଥିତ ସତ୍ୟବାଦୀ ଯୁଗର ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡିଶା ଓ ଓଡ଼ିଆ ଜାତି ନିମନ୍ତେ କରିଥିବା ତ୍ୟାଗ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ ଶିକ୍ଷାର ବିକାଶ ନିମନ୍ତେ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ ଓ କୁଟୀର ଶିଳ୍ପ ସ୍ଥାପନ କରି କର୍ମ ନିଯୁକ୍ତି ଓ ସମାଜ ସଂସ୍କାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜୟପୁର ପଞ୍ଚାୟତ ସମିତି ସଭ୍ୟ ଦୀପକ ଶତପଥୀ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ରଞ୍ଜନ କୁମାର ବରାଳ, ଧୂନିଆଁ ବେହେରା, ବିଜୟ କୁମାର ସ୍ୱାଇଁ, ମନୋଜ କୁମାର ସାହୁ, ଅଶୋକ କୁମାର ରାଉତରାୟ , ରାକେଶ କୁମାର ଗୌଡୁ, ନବ କିଶୋର ବେହେରା, ରବୀନ୍ଦ୍ର ସ୍ୱାଇଁ, ବିରଞ୍ଚି ନାରାୟଣ ଦାସ, ଶଙ୍କର ପ୍ରଧାନ ଓ କାର୍ତ୍ତିକ ବାରିକଙ୍କ ସମେତ ଅନ୍ୟମାନେ ଫୁଲ ତୋଡ଼ା ପ୍ରଦାନ କରି ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories