www.samajalive.in
Friday, December 12, 2025
16.1 C
Bhubaneswar

ଶିଶୁଙ୍କ ମୌଳିକ ଅଧିକାର ଓ ସୁରକ୍ଷା ଉପରେ ଆଲୋଚନା

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ମହିଳା ଓ ଶିଶୁ ଵିକାଶ ପ୍ରକଳ୍ପ ପକ୍ଷରୁ ଶିଶୁ ପାଇଁ ଦିନଟିଏ ଏକ ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇ ଶିଶୁମାନଙ୍କର ମୌଳିକ ଅଧିକାର ଓ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ସେହିପରି ବାଲ୍ୟ ବିବାହ, ଶିଶୁ ଶ୍ରମିକଙ୍କୁ ନିର୍ଯାତନା ଓ ସେମାନଙ୍କୁ କରାଯାଉଥିବା ଅବହେଳାର ଦୃଢ଼ ପ୍ରତିବାଦ କରିବା ଉପରେ ଗୁରୁତ୍ବ ଦେଇଥିଲେ। ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସତ୍ୟବାଦୀ ଥାନା ଆଇଆଇସି ଦୀଲ୍ଲିପ କୁମାର ଧଳ, ସମିତି ଉପାଧ୍ୟକ୍ଷା ନିବେଦିତା ପାତ୍ର ଓ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଭବମ୍ ପ୍ରଧାନ ପ୍ରମୁଖ ଶିଶୁ ଅଧିକାରୀ ସୁରକ୍ଷା ନିମନ୍ତେ ଉଦିଷ୍ଟ ଆଇନଗତ ବ୍ୟବସ୍ଥା କଡାକଡି ପାଳନ ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନବାଡି କର୍ମୀ, ସ୍ବୟଂ ସହାୟକ ମହିଳା ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ମାନଙ୍କୁ ଶିଶୁ ଯତ୍ନ ଓ ଅଧିକାର ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ। ସିଡିପିଓ ରାଜଲକ୍ଷ୍ମୀ ମହାନ୍ତି ସ୍ବାଗତ ଭାଷଣ ଦେବା ସହିତ ଶିଶୁମାନଙ୍କ ସେବା ନିମନ୍ତେ ରହିଥିବା ସରକାରୀ ବିଧି ବିଧାନ ସମ୍ପର୍କରେ ସୂଚନା ଦେଇଥିଲେ। ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ସୁପରଭାଇଜର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଙ୍ଗନବାଡି କର୍ମୀ ଶିଶୁ ସୁରକ୍ଷା ବାର୍ତ୍ତା ଉପରେ ରଚିତ ଏକ କବିତା ପାଠ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories