ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ସତ୍ୟବାଦୀ କଳା ସଂସଦ ତରଫରୁ ୫ମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ସତ୍ୟବାଦୀ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଯାପନୀ ଉତ୍ସବଟିକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁ ଭଜମନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବେହେରା, ମୁଖ୍ୟ ବକ୍ତା ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥ, ସମ୍ମାନିତ ଅତିଥି ରୂପେ ପେଣ୍ଠପଡ଼ା ସରପଞ୍ଚ ଚିନ୍ମୟ ରାଉତ, ସମିତି ସଭ୍ୟ ସୁମନ୍ତ ଘଟୁଆରୀ ଓ ଶିକ୍ଷକ ଜିତେନ୍ଦ୍ର ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ସତ୍ୟବାଦୀ କଳା ସଂସଦର ଛାତ୍ରଛାତ୍ରୀ ମାନେ ମଙ୍ଗଳାଚରଣ, ଓଡିଶୀ, ସମ୍ବଲପୁରୀ, ଲୋକ ନୃତ୍ୟ ଓ ଆଧୁନିକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ ।ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ସତ୍ୟବାଦୀ ପ୍ରେସ କ୍ଳବର ସଭାପତି କିଶୋର ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।



