ପାଟଣା: ପାଟଣା-ଘଟଗାଁ ବନାଞ୍ଚଳ ମଧ୍ୟରେ ରହିଥିବା ଅଟେଇ ସଂରକ୍ଷିତ ଜଙ୍ଗଲରେ ବନାଗ୍ନି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା l ସାଟେ ଲାଇଟ ଚିତ୍ରରୁ ଏହା ଜଣା ପଡ଼ିବା ପରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧମଧେରେ ଧନରାଜ ହନୁମନ୍ତ ଖୋଦ ଏହାର ନେତୃତ୍ୱ ନେଇ ଅଟେଇ ସଂରକ୍ଷିତ ଜଙ୍ଗଲର ପାଖାପାଖି ୧୦ ଏକର ପରିମିତ ଜଙ୍ଗଲରୁ ନିଆଁ ଲିଭାଇବା ରେ ସକ୍ଷମ ହେଇଛନ୍ତି l ଜିଲ୍ଲା ବନଖଣ୍ଡ ଅଧିକାରୀ ଡିଡି ହନୁମନ୍ତଙ୍କ ସହ ଏସିଏଫ ଘନଶ୍ୟାମ ମହାନ୍ତ, ବନପାଳ ରାମଚନ୍ଦ୍ର ନାୟକ ଓ କାଳନ୍ଦୀ ଚରଣ ସାମଲ, ବନରକ୍ଷୀ ଯୋଗେଶ୍ୱର ମାଝୀ ଓ ପାରା କର୍ମଚାରୀ ମାନେ ବାଇଗଣପାଳ ଠାରୁ ଦରଗୁଡିଶିଳା ଯାଏ ଲାଗିଥିବା ବନାଗ୍ନିକୁ ନିୟନ୍ତ୍ରଣ କରିଥିଲେ l
Popular Categories



