www.samajalive.in
Saturday, December 13, 2025
26.1 C
Bhubaneswar

ପୋଲ ପାଲଟିଛି ମରଣ ଯନ୍ତା, କେତେବେଳେ ବି ଯାଇପାରେ ଜୀବନ  

ବୌଦ୍ଧ : ବୌଦ୍ଧ ଜିଲାର ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥ ପଶ୍ଚିମ ଓ ପୂର୍ବ ଓଡ଼ିଶାକୁ ସଂଯୋଗ କରିବାରେ ଏବେ ଏକ ମୁଖ୍ୟ ରାଜପଥ କହିଲେ କିଛି ଭୁଲ ହେବ ନାହିଁ । ଏହି ରାଜପଥ ଉପରେ ସୋନପୁର, ବଲାଙ୍ଗିର, ବରଗଡ, ସମ୍ବଲପୁର, କଳାହାଣ୍ଡି  ଆଦି ଜିଲାର ଯାତ୍ରୀ ମାନେ ନିର୍ଭର କରିବା ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳାଚଳ କରିଥାଏ । ବୌଦ୍ଧ ଜିଲାରେ ଏହି ରାଜପଥରେ ଟ୍ରାଫିକ ବୃଦ୍ଧି ପାଇବା ସହିତ ପ୍ରତିଦିନ କିଛି ନା କିଛି ଛୋଟ ବଡ ଧରଣର ଦୁର୍ଘଟଣା ଘଟିଥାଏ । ଏତେ ଦୁର୍ଘଟଣା ପରେ ମଧ୍ୟ ଜାତୀୟ ରାଜପଥ ବିଭାଗ ସୁଧୁରୁ ନଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି  । ବର୍ତ୍ତମାନ  ହରେକୃଷ୍ଣପୁର ମନ୍ଦିର ନିକଟରେ ଥିବା ପୋଲ ଯାତ୍ରୀମାନଙ୍କ ପାଇଁ ବିପଦ ହୋଇଥିବା ସହ ମରଣଯନ୍ତାରେ ପରିଣତ ହୋଇଛି । ପୂର୍ବରୁ ରାଜାରାଜୁଡା ଅମଳରୁ ଥିବା ପୋଲରେ ବହୁ ବାର ଦୁର୍ଘଟଣା ହେବା ସହ ବହୁ ଲୋକଙ୍କ ଜୀବନ ହାନୀ ହେବା ପରେ  ବର୍ତ୍ତମାନ ସେଠାରେ ଏକ ନୂତନ ଓସରିଆ ପୋଲ ନିର୍ମାଣ କରାଯାଇଛି ।

କିନ୍ତୁ ନୂତନ ପୋଲଟି  ଲୋକଙ୍କ ପାଇଁ ବିପଦପୁର୍ଣ୍ଣ ହୋଇପଡିଛି ।   ଜାତୀୟ ରାଜପଥ କାମ ଶେଷ ହୋଇନଥିବାବେଳେ ପୋଲ ଉପରୁ କଂକ୍ରିଟ ଉଠିଯାଇ  ଲୁହାଛଡ ଗୁଡିକ ବାହାରି ବିପଦ ଦେଖାଦେଇଛି । ପୋଲ ନିର୍ମାଣରେ ଠିକା ସଂସ୍ଥା ଦ୍ୱାରା ଅତି ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ପୋଲ କାମ ନସରୁଣୁ କଂକ୍ରିଟ ଉଠିଯାଇ ଲୁହାଛଡ ଗୁଡିକ ବିପଦପୁର୍ଣ୍ଣ ଭାବରେ ବାହାରିଥିବା ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories