ସାକ୍ଷୀଗୋପାଳ: ଆଜି ସକାଳେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶୁକଳ ପଞ୍ଚାୟତର ବାମ ବରଡ଼ା ଗ୍ରାମ ନିକଟରେ ଏକ ହରିଣ ବୁଲୁଥିବାର ଗ୍ରାମବାସୀମାନେ ଦେଖିଥିଲେ। ଉକ୍ତ ହରିଣକୁ ଗ୍ରାମବାସୀ ମାନେ ଧରିଥିଲେ ଏବଂ ଏ ସମ୍ପର୍କରେ ସତ୍ୟବାଦୀ ଫରେଷ୍ଟର ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ। ଖବରପାଇ ଫରେଷ୍ଟର ଶ୍ରୀ ପଟ୍ଟନାୟକ ଓ ଫରେଷ୍ଟ ଗାର୍ଡ ଗୀତାଞ୍ଜଳି ବେହେରା ଓ ଭାଗିରଥ ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଗ୍ରାମବାସୀଙ୍କ ଠାରୁ ହରିଣକୁ ଉଦ୍ଧାର କରିଥିଲେ ଏବଂ ହରିଣକୁ ନେଇ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡିଥିଲେ। ଛାଡିବର କିଛି ସମୟରେ ମଧ୍ୟରେ ହରିଣଟିର ମୃତ୍ୟୁ ହୋଇଥିଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ହରିଣ ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।
Popular Categories



