ଧାରଣାରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ; ଦେବନୀତି ବନ୍ଦ

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ପକ୍ଷରୁ ସୋମବାର ଅପରାହ୍ନରେ ମନ୍ଦିର ସିଂହଦ୍ୱାର ଗୁମୁଟ ପରିସରରେ ଧାରଣା ଦିଆଯାଇଛି। ଫଳରେ ଦେବନୀତି ବନ୍ଦ ରହିଛି। ଓଡ଼ିଶା ବିଶ୍ୱ ବିଦ୍ୟାଳୟ ପ୍ରଶାସନକୁ ଦେବୋତ୍ତର ବିଭାଗ ତରଫରୁ ରାଧା କୁଣ୍ଡ ତୀର୍ଥ ପୁଷ୍କରିଣୀ ଓ ସେବାୟତ ଶ୍ମଶାନ ହସ୍ତାନ୍ତର ହୋଇଛି। ଓଡ଼ିଆ ବିଶ୍ୱ ବିଦ୍ୟାଳୟ ତରଫରୁ ଆଜି ସେବାୟତ ଶ୍ମଶାନ ଉଚ୍ଛେଦ କରାଯାଇଛି। ସେବାୟତ ଶ୍ମଶାନ ନିର୍ମାଣ ଓ ରାଧା କୁଣ୍ଡ ତୀର୍ଥ ପୁଷ୍କରିଣୀ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର ଦାବୀ କରି ସେବାୟତମାନେ ଧାରଣା ଦେଇଛନ୍ତି। ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ସେବାୟତମାନଙ୍କ ସହିତ ଆଲୋଚନା କରିଛନ୍ତି।

Comments are closed.