www.samajalive.in
Thursday, December 11, 2025
14.1 C
Bhubaneswar

୪ର୍ଥ ପର୍ଯ୍ୟାୟରେ ୯ଟି ବିଦ୍ୟାଳୟ ରୂପାନ୍ତର ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ଼: ଆଠଗଡ଼ ବ୍ଲକରେ ମୋଟ ୩୫ ଗୋଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ବାକି ରହିଥିବା ୯ ଟି ଉଚ୍ଚ ବିଦ୍ୟାଳୟ ୫-ଟି ବିଭାଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ୧ନଂ ଜୋନର ଶାନ୍ତିଲତା ବେହେରା, ୨ନଂ ଜୋନର ମିନତୀ ଗାଗରାଇ ଓ ୩ନଂ ଜୋନ ବଳଭଦ୍ର ବାଘ, ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡ଼ଙ୍ଗାଙ୍କ ସମେତ ବିଭାଗୀୟ ସହକାରୀ ଓ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଯୋଗାଭ୍ୟାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଡିଓ ପ୍ରଦୀପ ସାହୁ ବିଦ୍ୟାଳୟ ରୂପାନ୍ତରିକରଣର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ରୂପାନ୍ତର କାର୍ଯ୍ୟ ଉଚ୍ଚମାନର ଏବଂ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ୪ର୍ଥ ପର୍ଯ୍ୟାୟରେ ରାଧାକିଶୋରପୁରର ଯମେଶ୍ୱର ବିଦ୍ୟାପୀଠ, କନ୍ଦରପୁର ହାଇସ୍କୁଲ, ଗୋପୀନାଥପୁରର ଉତ୍କଳମଣି ବିଦ୍ୟାପୀଠ, ଗୋବରା ହାଇସ୍କୁଲ, ମହାକାଳବସ୍ତ ହାଇସ୍କୁଲ, ତରଡିଙ୍ଗର ଏସଏସକେଏମ ବିଦ୍ୟାପୀଠ, ଖୁଣ୍ଟକଟାର ଗୋପବନ୍ଧୁ ବାଳିକା ହାଇସ୍କୁଲ, ଧୁରୁଷିଆର ପଞ୍ଚାୟତ ହାଇସ୍କୁଲ ଏବଂ ଘଣ୍ଟିଖାଲ ପଞ୍ଚାୟତ ହାଇସ୍କୁଲ ପ୍ରଭୃତି ରୂପାନ୍ତର ଯୋଜନାରେ ସାମିଲ ହୋଇଥିବା ପ୍ରକାଶ କରିବା ସହିତ ସେଗୁଡ଼ିକର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ରୂପାନ୍ତରିତ ହେବା ପରେ ଯେଉଁ ହାଇସ୍କୁଲରେ ଶ୍ରେଣୀକକ୍ଷ ଅଭାବ ପରିଲକ୍ଷିତ ହେଉଛି ସେ ସବୁ ସ୍କୁଲରେ ଅଧିକ ଶ୍ରେଣୀକକ୍ଷ ନିର୍ମାଣ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡ଼ଙ୍ଗା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ଓ ପଞ୍ଚାୟତର ସରପଞ୍ଚଙ୍କ ସହଯୋଗ କାମନା କରିଥିଲେ। ଆଗାମୀ ନଭେମ୍ବର ମାସ ସୁଦ୍ଧା ଏହି ସବୁ ହାଇସ୍କୁଲର ରୂପାନ୍ତର ପାଇଁ ନିର୍ମାଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ ହେଲେ ଡିସେମ୍ବର ମାସରେ ଏଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ବିଡିଓ ସୂଚାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories